ନୂଆଦିଲ୍ଲୀ,୦୬/୦୭; ୨୦୨୬ ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଆୟୋଜକ ମେକ୍ସିକୋକୁ ପରାସ୍ତ କରିଛି । ୩-୨ ଗୋଲରେ ମେକ୍ସିକୋକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଏହି ରୋମାଞ୍ଚକର ମ୍ୟାଚ ନାୟକ ଥିଲେ ଜୁଡ୍ ବେଲିଂହାମ୍ । ମାତ୍ର ୯୮ ସେକେଣ୍ଡରେ ୨ଟି ଗୋଲ୍ ଦେଇ ସେ ଇତିହାସ ରଚିଛନ୍ତି । ୧୦ ଜଣ ଖେଳାଳି ସହ ମେକ୍ସିକୋରୁ ୩-୨ ଗୋଲରେ ହରାଇଛି ଇଂଲଣ୍ଡ । କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ନରୱେକୁ ଭେଟିବ । ଯିଏକି ବିପର୍ଯ୍ୟୟ ଘଟାଇ ବ୍ରାଜିଲକୁ ବିଶ୍ୱକପରୁ ବିଦା କରିଛି ।
ଏଷ୍ଟାଡିଓ ଆଜଟେକାରେ ଖେଳାଯାଇଥିବା ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା । କିନ୍ତୁ ଦଳ ମହାନ ମନୋବଳ ପ୍ରଦର୍ଶନ କରି ମ୍ୟାଚ୍ ଜିତିଥିଲା । ୩୬ତମ ମିନିଟରେ ବେଲିଂହାମ ଏକ ଚମତ୍କାର ହେଡର ସହିତ ଇଂଲଣ୍ଡକୁ ଅଗ୍ରଣୀ ଦେଇଥିଲେ । ମାତ୍ର ୯୮ ସେକେଣ୍ଡ ପରେ, ସେ ଆଉ ଏକ ଗୋଲ ଦେଇ ମେକ୍ସିକୋ ପାଇଁ ପରିସ୍ଥିତିକୁ ଆହୁରି ଖରାପ କରିଦେଲେ । ବେଲିଂହାମଙ୍କ ରେକର୍ଡ ବିଶ୍ୱକପ୍ ଇତିହାସର ଦୁଇଟି ଦ୍ରୁତତମ ଗୋଲ ମଧ୍ୟରୁ ଗୋଟିଏ ହୋଇଗଲା । ତଥାପି, ମେକ୍ସିକୋ ହାର ମାନିନଥିଲା । ଜୁଲିଆନ୍ କ୍ୱିନୋନ୍ସ ପ୍ରଥମ ଗୋଲ ଦେଇ ଦଳର କମବ୍ୟାକ୍ କରାଇଥିଲେ । ହାଫ୍ ଟାଇମ୍ ସୁଦ୍ଧା ଖେଳ ୨-୧ ସ୍ଥିତିରେ ଥିଲା ।
ଦ୍ୱିତୀୟାର୍ଦ୍ଧର ଆରମ୍ଭରେ ଇଂଲଣ୍ଡକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଲା ଯେତେବେଳେ ଜାରେଲ କ୍ୱାନସାହଙ୍କୁ ରେଡ୍ କାର୍ଡ ଦେଖାଗଲା, ଯାହା ଫଳରେ ଦଳ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ପଡିଥିଲା । ଚାପକୁ ସତ୍ତ୍ୱେ ୬୦ ତମ ମିନିଟରେ ହ୍ୟାରି କେନଙ୍କ ପେନାଲ୍ଟି ଗୋଲରେ ୩-୧ରେ ଆଗୁଆ ହୋଇଥିଲା । ପରେ ମେକ୍ସିକୋର ରାଉଲ ଜିମେନେଜ୍ ପେନାଲ୍ଟି ଗୋଲ କରି ସ୍କୋରକୁ ୩-୨ କରିଥିଲେ । ଯାହା ଏକ ରୋମାଞ୍ଚକର ପ୍ରତିଯୋଗିତା ସୃଷ୍ଟି କରିଥିଲା । ଅତିରିକ୍ତ ସମୟରେ ମେକ୍ସିକୋ ଗୋଲ୍ ସମାନ କରିବାକୁ ସବୁ କଳ ବଳ ଲଗାଇଥିଲା କିନ୍ତୁ ଇଂଲଣ୍ଡର ପ୍ରତିରକ୍ଷା ଦୃଢ ରହିଥିଲା ।
ଏହା ବି ପଢନ୍ତୁ....Neymar Retires: ଭୋ-ଭୋ ହୋଇ କାନ୍ଦିଲେ ନେମାର...ବ୍ରାଜିଲକୁ ବିଦା କଲା ନରୱେ, ଫୁଟବଲକୁ ଅଲ୍ବିଦା କହିଲେ ଷ୍ଟାର ଖେଳାଳି
ଏହି ବିଜୟ ସହ ଇଂଲଣ୍ଡ ଅନେକ ରେକର୍ଡ ଭାଙ୍ଗିଛି । ଏଷ୍ଟାଡିଓ ଆଜଟେକାରେ ବିଶ୍ୱକପ ମ୍ୟାଚରେ ମେକ୍ସିକୋକୁ ପରାସ୍ତ କରିବାରେ ପ୍ରଥମ ଦଳ ହୋଇଛନ୍ତି । ଜୁଡ୍ ବେଲିଂହାମ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ବେଲିଂହାମ ୪୦ ବର୍ଷ ପରେ ଏହି ଐତିହାସିକ ଷ୍ଟାଡିୟମରେ ବିଶ୍ୱକପରେ ଏପରି ଏକ ସଫଳତା ହାସଲ କରିଛନ୍ତି ଯାହାକୁ ମାରାଡୋନାଙ୍କ ୧୯୮୬ ବିଶ୍ୱକପ ପ୍ରଦର୍ଶନ ସହ ତୁଳନା କରାଯାଇଛି । ଏବେ କ୍ୱାର୍ଟର ଫାଇନାଲରେ ଜୁଲାଇ ୧୧ ତାରିଖରେ ନରୱେକୁ ଭେଟିବ । ନରୱେ ପ୍ରି କ୍ୱାର୍ଟରରେ ବ୍ରାଜିଲକୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା ।