ମୁମ୍ୱାଇ : ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ହିରୋଇନମାନେ କେବଳ ଆକ୍ଟିଂ ନୁହେଁ ଏହା ସହ ବିଜନେସ୍‌ର ଦାୟିତ୍ୱ ବି ସମ୍ଭାଳୁଛନ୍ତି। ଏଥିରେ କିଛି ଏମିତି ଅଛନ୍ତି, ଯେଉଁମାନେ ଆକ୍ଟିଂ ଛାଡ଼ି ଦେଇଛନ୍ତି ଏବଂ ବିଜନେସ ଉପରେ ଧ୍ୟାନ ଦେଇଛନ୍ତି। କେବଳ ଏତିକି ନୁହେଁ , ନିଜର ବିଜନେସ୍‌ରୁ କୋଟି କୋଟି ଟଙ୍କାର ଆୟ ମଧ୍ୟ କରନ୍ତି। ଏହି କାରଣରୁ ତାଙ୍କର ମୋଟ୍‌ ସମ୍ପତ୍ତି କୌଣସି ହିରୋଙ୍କ ନେଟୱର୍ଥ ଠାରୁ କମ୍‌ ନୁହେଁ। ଆସନ୍ତୁ ଜାଣିବା ଭାରତର ଟପ୍‌ -୫ ଧନୀ ହିରୋଇନଙ୍କ ନାମ -

Hurun ଭାରତର ଟପ୍‌-୧୦ ଧନୀ ହିରୋଇନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯୦ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲା ନମ୍ୱର-୧ରେ ରହିଛନ୍ତି। ରିପୋର୍ଟ ମୁତାବିକ, ଜୁହିଙ୍କର ନେଟୱର୍ଥ ୪୬୦୦ କୋଟି ଟଙ୍କା । ଆଶ୍ଚର୍ଯ୍ୟକର କଥା ଏହା କି ଜୁହି ଗତ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ହିଟ୍‌ ଫିଲ୍ମ ଦେଇ ନାହାନ୍ତି। ସେ ଶାହରୁଖ ଖାନଙ୍କ ରେଡ୍‌ ଚିଲିଜ୍‌ ଓ ଆଇପିଏଲ ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସରୁ ଅର୍ଥ ଆୟ କରନ୍ତି। ଏହା ବ୍ୟତୀତ , ରିୟଲ ଇଷ୍ଟେଟ୍‌ କମ୍ପାନୀରେ ଇନଭେଷ୍ଟ କରନ୍ତି। 

ଏହି ତାଲିକାରେ ଦ୍ୱିତୀୟ ନମ୍ୱରରେ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ଅଛନ୍ତି। ଜୁହିଙ୍କ ପରି ଐଶ୍ୱର୍ଯ୍ୟା ମଧ୍ୟ ଫିଲ୍ମରେ ଅଧିକ ସକ୍ରିୟ ନାହାନ୍ତି। ଏହା ସତ୍ତ୍ୱେ ତାଙ୍କର ମୋଟ ନେଟୱେର୍ଥ ୮୫୦କୋଟି ଟଙ୍କା ଥିବା କୁହାଯାଉଛି। ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ କଥା ଯଦି କହିବା ତ ନିଜ ବ୍ରାଣ୍ଡ, ପ୍ରଡକ୍ସନ କମ୍ପାନୀ ଓ ହଲିଉଡ୍‌ ଫିଲ୍ମ କାରଣରୁ ୬୫୦ କୋଟି ଟଙ୍କାର ସଂପତ୍ତି ସହ ସେ ୩ୟ ସ୍ଥାନରେ। ଟପ୍‌ -୫ରେ ଆଲିଆ ଭଟ୍ଟ ଓ ଦୀପିକା ପାଦୁକୋଣଙ୍କର ମଧ୍ୟ ନାଁ ସାମିଲ ଅଛି।