ଖଇରା, ୧୬/୦୫: ମୋରମ ମାଫିଆଙ୍କ ଆତଙ୍କରାଜ, କନିଷ୍ଠ ଖଣି ଅଧିକାରୀ ସଂଘବନ୍ଧ ଆକ୍ରମଣ । ଟେକା ଓ ପଥର ଫିଙ୍ଗି ଗାଡି କାଚ ଭାଙ୍ଗିଲେ । ଜୀବନରୁ ମାରିଦେବାକୁ ଦେଲେ ଧମକ l ଗତକାଲି ବିଳମ୍ବିତ ରାତିର ଘଟଣା । ବାଲେଶ୍ୱର ସୁନ୍ଦରପୁର ଅଂଚଳରେ କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଇରା ସୁନ୍ଦରପୁର ଅଞ୍ଚଳରେ ମାଫିଆ ମାନେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ କରୁଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଚଢ଼ାଉ କରିଥିଲେ ଖଇରା କନିଷ୍ଠ ଖଣି ଅଧିକାରୀ ଅଭିଷେକ ବେହେରା । ତାଙ୍କୁ ଦେଖି ମାଫିଆ ମାନେ ଅତର୍କିତ ଆକ୍ରମଣ କରିଥିଲେ ମାଫିଆମାନେ l କନିଷ୍ଠ ଖଣି ଅଧିକାରୀଙ୍କ ଗାଡ଼ିକୁ ଟେକା ପଥର ମାରି କାଚ ଭଙ୍ଗାରୁଜା କରିଥିଲେ । ଏମିତିକି ତାଙ୍କୁ ଜୀବନ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ସେ ବଞ୍ଚାଇ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ଖଇରା ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଅଧିକ ପଢନ୍ତୁ-  Fuel Crisis Hits Chilika: ତେଲ ଅଭାବରୁ ଚିଲିକା ମଝିରେ ଫସିଲା ଡଙ୍ଗା, କୂଳକୁ ଆସିପାରୁନାହାନ୍ତି ଶତାଧିକ ମତ୍ସ୍ୟଜୀବୀ​​​​​​​