କଣାସ, ୧୬/୦୫: ଚିଲିକା ମଝିରେ ବୋଟରୁ ସରିଗଲା ତେଲ । ଟାପୁରେ ଫସିରହିଲେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ । ପୁରୀ କୋଣାର୍କ ଅଞ୍ଚଳରୁ ଯାଇଥିବା ୪୦ରୁ ଅଧିକ ଡଙ୍ଗାରେ ୧୦୦ରୁ ଅଧିକ ମତ୍ସ୍ୟଜୀବୀ ଫସିରହିଛନ୍ତି । ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ଆଶ୍ରୟ ନେଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କୁତ୍ରିଲ ତୈଳ ସଂକଟ ଦେଖା ଦେଇଛି । ତୈଳ କମ୍ପାନି ଓ ଯୋଗାଣ ବିଭାଗ ତେଲ ମହଜୁଦ ଅଛି କହୁଥିବା ବେଳେ ପେଟ୍ରୋଲ୍ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ି ଦେଖିବାକୁ ମିଳୁଛି । ଯାହାଫଳରେ ରାଜ୍ୟ ପୋଟ୍ରୋଲ ଓ ଡିଜେଲର କୁତ୍ରିମ ଅଭାବ ଦେଖା ଦେଇଛି । ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଛି । କିଛି ଲୋକ ଜୀବକା ହରାଇବାକୁ ବସିଲେଣି । ତେଲ ମିଳୁନଥିବାରୁ ପୁରୀ ଜିଲ୍ଲା କଣାସ ଅଞ୍ଚଳ ମତ୍ସ୍ୟଜୀବୀ ଚିଲିକା ଭିତରକୁ ମାଛ ଧରିବାକୁ ଯାଇ ସମୁଦ୍ରରେ ପସିରହିଥିବା ଜଣାପଡ଼ିଛି । ୪୦ରୁ ଅଧିକ ଡଙ୍ଗାରେ ଶତାଧିକ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ । ମାତ୍ର ବୋଟରୁ ତେଲ ସରିଯିବାରୁ ଚିଲିକା ମଝିରେ ଥିବା କିଛି ଟାପୁରେ ଆଶ୍ରୟ ନେଇଛନ୍ତି । ଡିଜେଲ ଅଭାବରୁ ସେମାନେ ଆସି ପାରୁନଥିବା ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି ! କଣାସ ଜାଗୁଳାଇ ପଦର ଠାରୁ ୮ କିମି ଦୂରରେ ଥିବା ଦୟା ନଦୀ ମୁହାଁଣରେ ଵି ଏକାଧିକ ଡଙ୍ଗା ତେଲ ଅଭାବରୁ ନଦୀ କୂଳରେ ଅଟକି ରହିଥିବା ଜଣାପଡ଼ିଛି । ସେମାନଙ୍କ ପାଇଁ ପରିବାର ଲୋକ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ- Student Molestation Allegation: ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ