ଭୁବନେଶ୍ବର, ୨୫/୭ : ସବ୍ କଲେକ୍ଟର ଅଫିସରେ ଭିଜିଲାନ୍ସ ଚଢ଼ଉ । ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଅଫିସର JRA। ୩୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜୁନିଅର ରେଭିନ୍ୟୁ ଅଫିସର ସୌରଭ ତ୍ରିପାଠୀ ।
ସୂଚନା ଅନୁସାରେ, ଜମି ପ୍ରମାଣ ପତ୍ର ଦେବା ପାଇଁ ଏହି ଲାଞ୍ଚ ନେଉଥିଲେ । ଦୀର୍ଘ ଦିନ ଧରି ବିଚାରାଧୀନ ଏକ ପ୍ରମାଣପତ୍ର ମାମଲାରେ ଫାଇଲ କାମ କରିବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଅଭିଯୋଗକାରୀଙ୍କ ଦ୍ୱାରା ଅନେକ ଅନୁରୋଧ ସତ୍ତ୍ୱେ ଶ୍ରୀ ତ୍ରିପାଠି ଫାଇଲ ଆରମ୍ଭ କରିବା ପାଇଁ ଟଙ୍କା ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାପରେ ଭିଜିଲାନ୍ସ ଟିମ୍ ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଜି ଶ୍ରୀ ତ୍ରିପାଠିଙ୍କୁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି । ଅଭିଯୁକ୍ତ ଶ୍ରୀ ତ୍ରିପାଠିଙ୍କ କବଜାରୁ ସମସ୍ତ ଦାଗୀ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି ।