ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବଗୁରୁ ବୃହସ୍ପତି ୯ ଜୁଲାଇରେ ମିଥୁନ ରାଶିରେ ଉଦୟ ହେବେ । ବୃହସ୍ପତି ଉଦୟ ହେବା ଦ୍ୱାରା ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ଏହି ରାଶିଙ୍କୁ ସନ୍ତାନ ସୁଖ, ସୁଖ-ସମୃଦ୍ଧି, ଶିକ୍ଷା, ଧନ ସହ ବିବାହର ମଧ୍ୟ ଯୋଗ ରହିଛି ।
ମେଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି । ଅନେକ ଦାୟିତ୍ୱ ପାଇବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଆୟରେ ବୃଦ୍ଧି ହେବ । ପୁରୁଣା ନିବେଶରୁ ଲାଭବାନ୍ ହେବେ । ଧନ ଲାଭର ଯୋଗ ରହିଛି । ଅଧିକ ଶୁଭଫଳ ପାଇଁ ମା’ଦୁର୍ଗାଙ୍କ ପୂଜାର୍ଚ୍ଚନା କରନ୍ତୁ ।
ବୃଷ – ସକରାତ୍ମକ ଫଳ ମିଳିବ । ଆମଦାନୀରେ ବୃଦ୍ଧି ହେବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହେବ । ପରିବାରରେ ଥିବା ସମସ୍ୟା ଦୂର ହେବ । ଅଧିକ ଶୁଭଫଳ ପାଇଁ ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ ।
ସିଂହ- ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଛାତ୍ରଛାତ୍ରୀଙ୍କ ସମୟ ଶୁଭଙ୍କର । ସମୟ ଅନୁକୂଳ ରହିବ । ଅଧିକ ଶୁଭଫଳ ପାଇଁ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ ।
ତୁଳା- ସକରାତ୍ମକ ଫଳ ମିଳିବ । ଧାର୍ମିକ ଯାତ୍ରାର ଯୋଗ ରହିଛି । ନୂଆ ଗାଡି, ଭୂମି କିଣିବାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ଶୁଭଫଳ ପାଇଁ ନିୟମିତ ମନ୍ଦିର ଯାଆନ୍ତୁ ।
ବିଛା- ଅଟକି ଥିବା କାମ ପୂରଣ ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ବଡ ସଫଳତା ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ଶୁଭଫଳ ପ୍ରାପ୍ତି ହେବ ।