ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଥିଏଟରରେ ‘ଜୁରାସିକ୍‌ ୱର୍ଲଡ୍‌ ରିବାର୍ଥ’, ମିଳୁଛି ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା

Published By : Krishna Priya | July 5, 2025 8:32 AM

ନୂଆଦିଲ୍ଲୀ ୦୫/୦୭: ଶୁକ୍ରବାର ବିଶ୍ୱସ୍ତରରେ ମୁକ୍ତିଲାଭ କରିଛି ବ୍ଲକ୍‌ବଷ୍ଟର ‘ଜୁରାସିକ୍‌ ପାର୍କ’ ଫ୍ରାଞ୍ଚାଇଜିର ନୂଆ ଫିଲ୍ମ ‘ଜୁରାସିକ୍‌ ୱର୍ଲଡ୍‌ ରିବାର୍ଥ’ । ଫିଲ୍ମର ୭ମ ସଂସ୍କରଣ ନୂଆ ଚରିତ୍ର ଓ ଟିମ୍‌ ସହିତ ପରଦାକୁ ଆସିଛି । ନିର୍ଦ୍ଦେଶନା ଦେଇଛନ୍ତି ଗାରେଥ ଏଡ୍‌ୱାର୍ଡସ ଓ କାହାଣୀ ଲେଖିଛନ୍ତି ଡେଭିଡ୍‌ କୋଏପ । ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଛନ୍ତି ସ୍କାର୍ଲେଟ୍‌ ଜୋହାନସନ୍‌ ଯିଏକି ଜଣେ ଗୁପ୍ତ ବିଶେଷଜ୍ଞ ଜୋରା ବେନେଟ୍‌ ଭୂମିକାରେ ଅଭିନୟ କରିଛନ୍ତି । ଜୋନାଥନ୍‌ ବେଲି ଜୀବାଶ୍ମବିଜ୍ଞାନୀ ହେନରୀ ଲୁମିସ୍‌ ଭୂମିକା ପ୍ଲେ କରିଛନ୍ତି । ମାହେରଶାଲା ଅଲି ସମୁଦ୍ର କ୍ୟାପ୍ଟେନ ଡନ୍‌କାନ କିନ୍‌କେଡ୍‌ ଚରିତ୍ର ନିର୍ବାହ କରିଛନ୍ତି । 

ତେବେ ପୂର୍ବ ସଂସ୍କରଣଗୁଡ଼ିକର କୌଣସି ଚରିତ୍ର ଏଥିରେ ନାହାନ୍ତି । କାହାଣୀ ମଧ୍ୟ ପୂରାପୂରି ସ୍ୱତନ୍ତ୍ର । ‘ଜୁରାସିକ୍‌ ୱର୍ଲଡ୍‌ ଡୋମିନିୟନ୍‌’ର ୫ ବର୍ଷ ପରର କାହାଣୀ ଦର୍ଶାଇଛି ‘ଜୁରାସିକ୍‌ ୱର୍ଲଡ୍‌ ରିବାର୍ଥ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ଗତ ୨ ତାରିଖରେ ଫିଲ୍ମର ପ୍ରିମିୟର ଆମେରିକାରେ ହୋଇଥିଲା । ୨୨.୩ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ । ଫିଲ୍ମ ଦେଖିବା ପରେ ଦର୍ଶକ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.