କଟକ,୧୭/୦୭: ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ମାନସ ରଞ୍ଜନ ପାଠକ ଆସନ୍ତା  ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ  ବିଚାରପତି ଭାବେ ଶପଥ ଗ୍ରହଣ  କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ  ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌  ଟଣ୍ଡନ ଶପଥ ପାଠ କରାଇବେ ।  ଜଷ୍ଟିସ୍‌ ପାଠକଙ୍କ ଯୋଗଦାନ ପରେ  ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୦ରେ ପହଞ୍ଚିବ । 

ଶ୍ରୀ  ପାଠକଙ୍କ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଗତ ମେ’ ୨୭ରେ  ସୁପାରିସ୍‌ କରିଥିଲେ । ରାଷ୍ଟ୍ରପତିଙ୍କ  ଅନୁମୋଦନ ମିଳିବା ପରେ ଗତ  ୧୪ ତାରିଖରେ ଏ ସଂକ୍ରାନ୍ତରେ  କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।