ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସୋମବାର ଶପଥ ନେବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ

Published By : Prameya | July 17, 2025 1:24 PM

କଟକ,୧୭/୦୭: ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ମାନସ ରଞ୍ଜନ ପାଠକ ଆସନ୍ତା  ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ  ବିଚାରପତି ଭାବେ ଶପଥ ଗ୍ରହଣ  କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ  ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌  ଟଣ୍ଡନ ଶପଥ ପାଠ କରାଇବେ ।  ଜଷ୍ଟିସ୍‌ ପାଠକଙ୍କ ଯୋଗଦାନ ପରେ  ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୦ରେ ପହଞ୍ଚିବ । 

ଶ୍ରୀ  ପାଠକଙ୍କ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଗତ ମେ’ ୨୭ରେ  ସୁପାରିସ୍‌ କରିଥିଲେ । ରାଷ୍ଟ୍ରପତିଙ୍କ  ଅନୁମୋଦନ ମିଳିବା ପରେ ଗତ  ୧୪ ତାରିଖରେ ଏ ସଂକ୍ରାନ୍ତରେ  କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.