ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

Cash row: ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍‌ ବର୍ମା; ହେଲେ ଦିଆଯାଇ ନାହିଁ କୌଣସି କାର୍ଯ୍ୟଭାର

Published By : Bijay Swain | April 5, 2025 5:04 PM

Image courtesy: indiatoday

ନୂଆଦିଲ୍ଲୀ: ସରକାରୀ ବାସଭବନରୁ ବିପୁଳ ପରିମାଣରେ ଟଙ୍କା ମିଳିବା ପରେ ସୁପ୍ରିମକୋର୍ଟ ମନିଟରିଂ ଇନକ୍ୱାରିର ସାମ୍ନା କରୁଥିବା ଜଷ୍ଚିସ ୟଶବନ୍ତ ବର୍ମା ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଶନିବାର ସେ ନିଜ ବ୍ୟକ୍ତିଗତ କକ୍ଷରେ ଅଳ୍ପଜଣଙ୍କ ଉପସ୍ତିତିରେ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଜଷ୍ଟିସ ବର୍ମାଙ୍କୁ ନେଇ ଇନ-ହାଉସ ଇନକ୍ୱାରି ପୁରା ନହେବା ଯାଏ ତାଙ୍କୁ କୌଣସି ନ୍ୟାୟିକ କାମରେ ହସ୍ତକ୍ଷେପ କରିବାକୁ ବାରଣ କରାଯାଇଛି। 

ସୂଚନା ମୁତାବକ, ଗତ ମାର୍ଚ୍ଚ ୨୮ ତାରିଖରେ କେନ୍ଦ୍ର ତାଙ୍କୁ ଦିଲ୍ଲୀରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିବାକୁ ବିଜ୍ଞପ୍ତି ଜାରି କରିଥିଲେ। ତେବେ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ କ୍ରମେ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ଏହାର ବହୁ ପୂର୍ବରୁ ଆହ୍ଲାବାଦ ବାର ଆସୋସିଏସନ ତାଙ୍କ ବଦଳି ନେଇ ବିରୋଧ ପ୍ରଦର୍ଶନ କରି ଆସୁଥିଲା। 

ଦୁର୍ନିତି ଅଭିଯୋଗରେ ଫଶିଥିବା ବିଚାରପତିମାନଙ୍କୁ କଣ ପାଇଁ ଆହ୍ଲାବାଦ ହାଇକୋର୍ଟକୁ ପଠାଯାଉଛି? ଆହ୍ଲାବାଦ ହୋଇକୋର୍ଟ ଡଷ୍ଟବିନ ନୁହେଁ। ଯଦି ସେ ଆହ୍ଲାବାଦ ହାଇକୋର୍ଟରେ କାର୍ଯ୍ୟଭାର ଗ୍ରହଣ କରନ୍ତି ତେବେ ବାର ଆସୋସିଏସନ ତାଙ୍କୁ କୌଣସି କାର୍ଯ୍ୟରେ ସହଯୋଗ କରିବ ନାହିଁ ବୋଲି ଆସୋସିଏସନ ଅଭିଯୋଗ କରିଥିଲା। ତେବେ ଚିପ୍ ଜଷ୍ଟିସ ସଞ୍ଜିବ ଖନ୍ନା ଆସୋସିଏସନ ସହ ଆଲୋଚନା କରିବା ସହିତ ଏ ଦିଗରେ ଧ୍ୟାନ ଦେବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। 

ଗତ ସପ୍ତାହରେ ସୁପ୍ରିମକୋର୍ଟ ଜଷ୍ଚିସ ବର୍ମାଙ୍କ ବିରୁଦ୍ଧରେ ଦାଏର ହୋଇଥିବା ଏକ ମାମଲାକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ରାୟ ଦେଇ କୋର୍ଟ କହିଥିଲେ ଯେ, “ଏହି ମାମଲାରେ ଏକ ତିନି ଜଣିଆ ଖଣ୍ଡିପିଠ ଯାଞ୍ଚ କରୁଛି। ତେବେ ଖଣ୍ଡପିଠର ରାୟ ଆସିବା ପରେ ଏହା ଉପରେ ମାମଲା ଦାଏର କରାଯାଇ ପାରିବ।” 

ଆପଣଙ୍କୁ ଜଣାଇରଖୁ ଯେ, ଗତ ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ୟସୱନ୍ତ ବର୍ମାଙ୍କ ସରକାରୀ ବାସଭବନରେ ଭୀଷଣ ନିଆଁ ଲାଗି ଯାଇଥିଲା। ତେବେ ସେହି ସମୟରେ ଜଷ୍ଟିସ ବର୍ମା ସହରରେ ଉପସ୍ଥିତ ନଥିଲେ। ତେବେ ଘଟଣାସ୍ଥଳରେ ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହାପରେ ନିଆଁ ଲାଗିବାର କାରଣ ଯାଞ୍ଚ ସମୟରେ ତାଙ୍କ ଭଣ୍ଡାରଗୃହରୁ ପୁଳାପୁଳା ଅଧାଜଳା ନୋଟ୍ ଜବତ ହୋଇଥିଲା। 

ଏହି ମାମଲା ସାମ୍ନାକୁ ଆସିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା। ଏହାସହ ମୁଖ୍ୟ ନ୍ୟାୟାଧିଶ ଏହି ମାମଲାର ଯାଞ୍ଚ କରିବାକୁ ଏକ ତିନିଜଣିଆ ଖଣ୍ଡପିଠର ନିର୍ମାଣ କରିଥିଲେ। ଅନ୍ୟପଟେ ଜଷ୍ଟିସ ବର୍ମା ଏହି ଘଟଣାକୁ ଭିତ୍ତିହିନ କହିବା ସହ ଗଣମାଧ୍ୟମରେ ଭୁଲ ଖବର ପ୍ରସାରଣ କରାଯାଉଛି ବୋଲି କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.