ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜଷ୍ଟିନ୍‌ ଟ୍ରୁଡୋ ନଷ୍ଟ କରି ଦେଲେ ଭାରତ-କାନାଡାର ସଂପର୍କ , ଦେଶକୁ ଫେରିବା ପୂର୍ବରୁ କହିଲେ ସଞ୍ଜୟ ବର୍ମା

Published By : Prameya | October 20, 2024 11:26 PM

ଓଟାୱା – କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖାଲିସ୍ତାନୀ ଆତଙ୍କୀ ହରଦୀପ୍ ସିଂହ ନିଜ୍ଜରଙ୍କର ହତ୍ୟା ମାମଲାରେ ଲଗାଯାଇ ଥିବା ଅଭିଯୋଗ ପରେ କାନାଡା ଓ ଭାରତର ସମ୍ୱନ୍ଧ ବିଗିଡ଼ି ଯାଇଛି। କାନାଡା ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମାଙ୍କୁ ଏହି ମାମଲାରେ ପର୍ସନ ଅଫ୍‌ ଇଣ୍ଟରେଷ୍ଟ କହିଛନ୍ତି, ଏହାପରେ ସେ ଉପସ୍ଥିତ ସବୁ କୂଟନୀତିଜ୍ଞଙ୍କୁ ଭାରତ ଡକେଇଛନ୍ତି। ଏବେ ଭାରତୀୟ ଉଚ୍ଚାୟୁକ୍ତ ସଞ୍ଜୟ ବର୍ମା ଏକ ଇଣ୍ଟରଭ୍ୟୁରେ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ଖୁବ୍‌ ଟାର୍ଗେଟ୍‌ କରିଛନ୍ତି। 

ସେ ନିଜ୍ଜରଙ୍କ ହତ୍ୟାରେ କୌଣସି ବି ପ୍ରକାରରେ ସାମିଲ ହେବାକୁ ମନା କରି କହିଛନ୍ତି ଟ୍ରୁଡୋ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ରାଜନୀତିକ ସମ୍ୱନ୍ଧକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି। 

କାନାଡାର ସିଟିଭି ନ୍ୟୁଜ୍‌କୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସଞ୍ଜୟ ବର୍ମା କହିଛନ୍ତି କି, ହରଦୀପ ସିଂହ ନିଜ୍ଜରଙ୍କର ହତ୍ୟାର ନିନ୍ଦା କରି କହିଛନ୍ତି କୌଣସି ବି ହତ୍ୟାକାଣ୍ଡ ଠିକ୍‌ ନୁହେଁ ଏବଂ ଏହା ଖରାପ। ଯେବେ ସଞ୍ଜୟ କୁମାରଙ୍କୁ ପଚରା ଯାଇଥିଲା କି, ତାଙ୍କର କଣ ନିଜ୍ଜରଙ୍କ ହତ୍ୟାରେ ନେଣଦେଣ ଅଛି , ସେ ଏହାକୁ ମନା କରି କହିଥିଲେ କେବେ ବି ନୁହେଁ। କାନାଡା କୌଣସି ପ୍ରମାଣ ଦେଇ ନାହିଁ। ସବୁ ଅଭିଯୋଗ ରାଜନୈତିକ। 

ବର୍ମା କହିଛନ୍ତି କି, ନିଜ୍ଜରଙ୍କର ହତ୍ୟା ଉପରେ ଟ୍ରୁଡୋଙ୍କ ଦ୍ୱାରା ଭାରତ ଉପରେ ଲଗାଯାଇ ଥିବା ଅଭିଯୋଗ ପଛରେ କୌଣସି ପ୍ରମୁଖ ପ୍ରମାଣ ନାହିଁ, ବରଂ ଏହା ଗୁଇନ୍ଦା ସୂଚନା ଥିଲା। ସେ କହିଛନ୍ତି, ଯଦି ଆପଣ ଗୁଇନ୍ଦା ସୂଚନା ଆଧାରରେ କାହା ସହ ସଂପର୍କ ଖରାପ କରିବାକୁ ଚାହାନ୍ତି ତ କରି ପାରିବେ। ଏହା ଟ୍ରୁଡୋ ହିଁ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.