ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଭାରତ ସହ ଶତ୍ରୁତା କରି ଫଶିଲେ ଟ୍ରୁଡୋ, ଏବେ ନିଜ ଅଧିକାରୀଙ୍କୁ କହୁଛନ୍ତି ଅପରାଧି

Published By : Harapriya Biswal | November 24, 2024 7:11 PM

ନୂଆଦିଲ୍ଲୀ,୨୪।୧୧:   ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜରର ହତ୍ୟାକୁ ନେଇ ଭାରତ- କାନାଡାରେ ବିବାଦ ଜାରି ରହିଛି। ନିଜ୍ଜର ହତ୍ୟା ପରେ ଜଷ୍ଟିନ୍ ଟ୍ରୁଡୋ ଭାରତ ଉପରେ ଅଭିଯୋଗ ଆଣିବା ପରେ ଏବେ ଫଶି ଯାଇଛନ୍ତି। ଏବେ ସେ ବୁଝିପାରୁ ନାହାନ୍ତି ଅପରାଧି ବିଦେଶୀ ନା ତାଙ୍କ ଅଧିକାରୀ। ଗଣମାଧ୍ୟମର ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେବାପରେ ଜଷ୍ଟିନ୍ ଟ୍ରୁଡୋ ବୁଝିପାରୁ ନାହାନ୍ତି ସେ କିଭଳି ସଫେଇ ଦେବେ। ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇ ସେ ନିଜର ଗୁଇନ୍ଦା ଅଧିକାରୀଙ୍କୁ ଅପରାଧି ବୋଲି କହିଦେଇଛନ୍ତି। ଟ୍ରୁଡୋ କହିଛନ୍ତି ଏହା ଏକ ଅବିଶ୍ବାସନୀୟ ଓ ଅପରାଧିକ ଲିଙ୍କ। କାନାଡା ମିଡିଆରେ ଯାଇଥିଲା ଯେ, ଖଲିସ୍ତାନୀ ହରଦୀପ ସିଂହ ନିଜ୍ଜରର ହତ୍ୟା ଷଡଯନ୍ତ୍ରର ସୂଚନା ପିଏମ୍ ମୋଦି ଓ ଭାରତର ବରିଷ୍ଠ ଅଧିକାରୀଙ୍କୁ ଜଣାଥିଲା। 

ବ୍ରାମ୍ପଟନ୍‌ରେ ଗଣମାଧ୍ୟମ ସହ କଥା ହୋଇ ଟ୍ରୁଡୋ କହିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଯେ ଲଗାତାର ଗଣମାଧ୍ୟମରେ କଛି କଥା ଲିକ୍ ହେଉଛି। ତେଣୁ ଆମେ ଯାଞ୍ଚ କରିବା ଆରମ୍ଭ କରିଦେଇଛୁ, କେଉଁ ଲୋକ ଏଭଳି ମିଡିଆରେ ବୟାନ ଦେଉଛନ୍ତି। କ’ଣ ସେମାନେ ବିଦେଶୀ ଶକ୍ତି ସହ ମିଶିକି ଅଛନ୍ତି। କାନାଡାର ନ୍ୟାସନାଲ ସିକ୍ୟୁରିଟି ଆଣ୍ଡ ଇଣ୍ଟେଲିଜେଣ୍ଟ ଆଡଭାଇଜରୀ ଅର୍ଥାତ NSIA ନତାଲି ଜୀ ଡ୍ରୋଇନ୍ ଗୁରୁବାର କହିଛନ୍ତି, କାନାଡା ସରକାର ଏଭଳି କୌଣସି ଲିଙ୍କର ସୁଚନା ଦେଇ ନାହାନ୍ତି। ସେ କହିଛନ୍ତି, କାନାଡା ସରକାର ନା ଏଭଳି କଥା କେବେ କହିଛନ୍ତି, ନା ତାଙ୍କୁ ଏଭଳି କଥାର ସୂଚନା ଅଛି। ପ୍ରଧାନମନ୍ତ୍ରୀ ମୋଦି, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ କାନାଡାରେ କୌଣସି ଅପରାଧିକ ଗତିବିଧି ସହ ଜଡିତ ଥିଲେ।

ସେ କହିଛନ୍ତି, ଏଭଳି କଥା ଭିତ୍ତିହୀନ ଓ କେବଳ ଅନୁମାନ ଆଧାରିତ। ଡେଲି ଗ୍ଲୋବ ଓ ମେଲ୍‌ରେ ମଙ୍ଗଳବାର ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୌଣସି ଅଜଣା ସୁରକ୍ଷା ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାରତର ଶୀର୍ଷ ଅଧକାରୀ ନିଜ୍ଜରର ହତ୍ୟା ଷଡଯନ୍ତ୍ର ବିଷୟରେ ଜାଣିଥିଲେ। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧିର ଜସଓ୍ବାଲ କହିଛନ୍ତି, ଏମିତିବି ମିଡିଆ ରିପୋର୍ଟ ଟିପ୍ପଣୀ ଦିଆଯାଏନି, କିନ୍ତୁ ଖବରକାଗଜର ରିପୋର୍ଟରେ ଯେଉଁଭଳି ଅଭିଯୋଗ ରହିଛି ଓ କାନାଡା ସରକାରଙ୍କ ସୁତ୍ର କହିଛନ୍ତି, ଏଭଳି ସ୍ଥିତିର ଏହି ରିପୋର୍ଟକୁ ଖାରଜ କରିବା ଜରୁରୀ। ସେ କହିଛନ୍ତି, ଏଭଳି ଅଭିଯାନ ଦ୍ବାରା ସମ୍ପର୍କ ଆହୁରି ଖରାପ ହୋଇଯିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.