ଭୁବନେଶ୍ବର,୭।୧୨ : ଡାକ୍ତର କେ. ଲକ୍ଷ୍ମୀ ବାଈଙ୍କ ୧୦୦ତମ ଜନ୍ମଦିନ ଅବସରରେ ତାଙ୍କ ଅସାଧାରଣ ଦାନ ବିଷୟରେ ଜାଣିବାକୁ ପାଇଲି। ଭୁବନେଶ୍ୱର ଏମ୍ସରେ ସ୍ତ୍ରୀ ରୋଗ ଅଙ୍କୋଲୋଜି ପାଠ୍ୟକ୍ରମ ପାଇଁ ତାଙ୍କର ବ୍ୟକ୍ତିଗତ ସମସ୍ତ ସଞ୍ଚୟ ଦାନ କରିବା ଗଭୀର କରୁଣା ଏବଂ ଜନସେବାର ଏକ ପ୍ରେରଣାଦାୟକ କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ‘ ଏକ୍ସ’ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।
ମର୍ଯ୍ୟାଦା, ଯତ୍ନ ଏବଂ ମହିଳା ସଶକ୍ତିକରଣର ଜଣେ ପ୍ରକୃତ ବାହକ ଲକ୍ଷ୍ମୀ ବାଇ। ତାଙ୍କର ଦଶନ୍ଧି ଧରି ଉତ୍ସର୍ଗୀକୃତ ଚିକିତ୍ସା ସେବା ପିଢ଼ିକୁ ପ୍ରେରଣା ଦେଇ ଚାଲିଛି। ତାଙ୍କ ପରି ଲୋକମାନେ ଏକ ସୁସ୍ଥ, ଅଧିକ ସଶକ୍ତ ସମାଜ ଗଠନ ପାଇଁ ଆମର ସାମୂହିକ ସଂକଳ୍ପକୁ ଦୃଢ଼ କରନ୍ତି।
ଆମ ସରକାର ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ। ତାଙ୍କ ଉଲ୍ଲେଖନୀୟ ଜୀବନ ଏବଂ ମାନବତା ପ୍ରତି ତାଙ୍କ ନିଃସ୍ୱାର୍ଥପର ସମର୍ପଣ ପାଇଁ ଓଡ଼ିଶା ଅତ୍ୟନ୍ତ ଗର୍ବିତ। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଶକ୍ତି ଏବଂ ଶାନ୍ତି ପ୍ରଦାନ କରନ୍ତୁ ବୋଲି ଏକ୍ସରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
I got to know about Dr. K Lakshmi Bai Ji’s extraordinary gesture on the occasion of her 100th birthday. Donating her personal savings to establish a gynaecological oncology course at AIIMS Bhubaneswar is an inspiring act of deep compassion and public service.
— Mohan Charan Majhi (@MohanMOdisha) December 7, 2025
A true torch-bearer…