ଭୁବନେଶ୍ବର,୨୨।୧୦ : ୧୧ କେଭି ବିଦ୍ୟୁତ ତାର ପଡି ଜଳିଗଲା କବାଡ଼ିଆ ଗୋଦାମ । ଲିଙ୍ଗିପୁର ଛକରେ ଥିବା ସବଷ୍ଟେସନରୁ ଛିଣ୍ଡିଲା ତାର। ନିଆଁକୁ ଆୟତ୍ତ ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି । ଧଉଳି ଥାନା ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ ହୋଇଛି।