ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଦିନେ ଜେଲ୍‌ରେ ବିତାଇ ଥିଲେ ୧୪୦ ଦିନ , ଏବେ ଦୁବାଇରେ ସବୁଠୁ ଧନୀ ଭାରତୀୟ ଭାବେ ପ୍ରସିଦ୍ଧ ଏହି ବ୍ୟକ୍ତି

Published By : Prameya | December 5, 2024 11:17 PM

ନୂଆଦିଲ୍ଲୀ : କବୀର ମୂଲଚନ୍ଦାନୀ ଦୁବାଇର ସବୁଠୁ ଧନୀ ଭାରତୀୟଙ୍କ ମଧ୍ୟରେ ଜଣେ । ତାଙ୍କର କମ୍ପାନୀ ଫାଇଭ୍‌ ହୋଲ୍ଡିଂସ ଲକଜରୀ ହୋଟେଲ , ରିଜର୍ଟ ଓ ଜେଟ୍‌ରେ ପାର୍ଟି ପାଇଁ ପ୍ରସିଦ୍ଧ। ମୂଲଚନ୍ଦାନୀ ୨ ବିଲିୟନ ଡଲାରର ମାଲିକ। ଦିନେ ଏମିତି ଏକ ସମୟ ଆସିଥିଲା ,ଯେବେ ତାଙ୍କୁ ୧୪୦ ଦିନ ଜେଲ୍‌ରେ ବିତାଇବାକୁ ପଡ଼ିଥିଲା। କବୀରଙ୍କୁ କାହିଁକି ଜେଲ୍‌ ଯିବାକୁ ପଡ଼ିଲା ଏବଂ ଆଉ ଥରେ ସେ ଏତେ ସଂପତ୍ତି ହେବା ଯାଏ କେମିତି ଯାତ୍ରା ଅତିକ୍ରମ କଲେ , ଏହାର କାହାଣୀ ମଧ୍ୟ ଖୁବ୍‌ ହୃଦୟସ୍ପର୍ଶୀ। 

କବୀର ମୂଲଚନ୍ଦାନୀ ମୁମ୍ୱାଇରେ ବଢିଛନ୍ତି। ନିଜ ପରିବାରର ଇଲେକ୍ଟ୍ରୋନିକ୍ସ ବିଜନେସରୁ ଆରମ୍ଭ କରି ସେ ଦୁବାଇରେ ରିୟଲ ଏଷ୍ଟେଟ୍‌ରେ ନିବେଶ କରିଛନ୍ତି। ୨୦୦୮ର ଆର୍ଥିକ ସଙ୍କଟ ତାଙ୍କୁ ମୁସ୍କିଲରେ ପକାଇ ଦେଇ ଥିଲା। ଠକେଇ ଓ ଅର୍ଥ ହଡ଼ପ ମାମଲାରେ ତାଙ୍କୁ ୧୪୦ ଦିନ ଜେଲ୍‌ରେ ବିତାଇବାକୁ ପଡ଼ିଥିଲା। ୨୦୧୦ରେ ସବୁ ଅଭିଯୋଗରୁ ମୁକ୍ତ ହେବା ପରେ ସେ ନିଜ ଜୀବନକୁ ନୂଆ ମୋଡ ଦେଲେ।

୨୦୧୧ ମସିହାରେ କବୀର ମୂଲଚନ୍ଦାନୀ ଫାଇଭ୍‌ ହୋଲ୍ଡିଂସର ସ୍ଥାପନା କରି ଥିଲେ। ଏହି କମ୍ପାନୀ ଦୁବାଇରେ ଲକଜରୀ ରିୟଲ ଏଷ୍ଟେଟ୍‌ ଓ ହସ୍ପିଟାଲିଟିର ସେକ୍ଟରରେ ଅଗ୍ରଣୀ ହୋଇଗଲା। ଫାଇଭ ପାମ୍‌ ଜୁମେରା ଭଳି ତାଙ୍କର ହୋଟେଲ୍‌ , ସୁପରକାର୍ସ ପାଇଁ ଡ୍ରାଇଭ୍‌-ଇନ୍‌ ନାଇଟ୍‌ କ୍ଲବ୍‌ ଓ ଷ୍ଟାର-ଷ୍ଟଡେଡ୍‌ ମଧ୍ୟରେ ଲକଜରୀ ଟ୍ରାଭେଲ୍‌କୁ ନୂଆ ବିସ୍ତାଗ ଦେଉଛି। ୨୦୨୩ରେ କମ୍ପାନୀ ୩୩ କୋଟି ଡଲାରରେ ସ୍ପେନ୍‌ର ଇବିଜାରେ ପଚା ଗ୍ରୁପ୍‌ (Pacha Group)ର ଅଧିଗ୍ରହଣ କରିଥିଲା। ଏହା ହୋଟେଲ ଓ ନାଇଟକ୍ଲବ୍‌ର ଚେନ୍‌। ୨୦୨୫ରେ ଦୁବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଲିଷ୍ଟ ହେବାର ଯୋଜନା ସହ ଫାଇଭ୍‌ ହୋଲ୍ଡିଂସ ଖୁବ୍‌ ଜୋରରେ ବୈଶ୍ୱିକ ବିସ୍ତାର କରୁଛି। 

ମୂଲଚନ୍ଦାନୀଙ୍କ ସବୁଠୁ ସ୍ୱତନ୍ତ୍ର ଭେଞ୍ଚର ଗୁଡ଼ିକ ଗୋଟିଏ ଫ୍ଲାଇ ଫାଇଭ୍‌ପାର୍ଟି ଜେଟ୍‌। ୨୦୨୩ରେ ଲଞ୍ଚ କରାଯାଇ ଥିବା ଏହି ପ୍ରାଇଭେଟ୍‌ ଜେଟ୍‌ ଏୟାରବସ୍‌ SAS ର ACJ Two Twenty ମଡେଲର ପ୍ରଥମ ଜେଟ୍‌ । ଏହା ୧୬ ଜଣ ଯାତ୍ରୀଙ୍କ ପାଇଁ ତିଆରି ହୋଇଛି। ଏଥିରେ ସୁରକ୍ଷା ପାଇଁ ଗଷ୍ଟ ବେଲ୍ଟ, ପାର୍ଟିର ମାହୋଲ ପାଇଁ ଏଲଇଡି ଲାଇଟିଂ ଓ ଆରାମ ପାଇଁ କିଙ୍ଗ୍‌ ସାଇଜ୍‌ ବେଡ୍‌ର ଏକ ବେଡରୁମ୍‌ ଅଛି। 

ମୂଲଚନ୍ଦାନୀଙ୍କ ଲକ୍ଷ୍ୟ ସାରା ବିଶ୍ୱରେ ଲକଜରୀ ହସ୍ପିଟାଲିଟି କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା। ସେ ଲଗାତାର ନୂଆ ଓ ନିଆରା କନସେପ୍ଟସ ଉପରେ କାମ କରୁଛନ୍ତି। ତାଙ୍କ ଅନୁସାରେ ଲକଜରୀ କେବଳ ଦେଖାଇବା ନୁହେଁ , ବରଂ ଏକ ଅନୁଭବ। ସେ ତାଙ୍କର ଗ୍ରାହକ ଅତିଥିଙ୍କୁ ଏମିତି ଅନୁଭବ ଦେଖାକୁ ଚାହାଁନ୍ତି , ଯାହା ସ୍ମରଣୀୟ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.