ଭଦ୍ରକ,୧୪/୦୫: ଆଦର୍ଶ ବିଦ୍ୟାଳୟର ଛାତ୍ର ହୋଇଛନ୍ତି ଓଡ଼ିଶା ଟପର୍ । ସିବିଏସଇ ପରୀକ୍ଷାରେ ୪୯୭ ନମ୍ବର ରଖି ଓଡ଼ିଶାର ଟପର୍ ହୋଇଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ରାମଚନ୍ଦ୍ରପୁର ପଞ୍ଚାୟତର ବେଲଗଡିଆ ଗାଁର ରବୀନ୍ଦ୍ର ମୋହନ ମାଝୀ ଓ ଶୁଭଶ୍ରୀ ମାଝୀଙ୍କ ପୁଅ କାବ୍ୟ ରଞ୍ଜନ ମାଝୀ।
କାବ୍ୟ ରଞ୍ଜନ ପଳାସ ଗଡିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର । ବାପା ରବୀନ୍ଦ୍ର ନିଲକ ହାଇସ୍କୁଲର କିରାଣୀ ଭାବେ କାର୍ଯ୍ୟରତ ହୋଇଥିବା ବେଳେ କାବ୍ୟ ରଞ୍ଜନ ଓଡ଼ିଆରେ ଟପର ହୋଇଛନ୍ତି । ସେ ବିଦ୍ୟାଳୟରୁ ଫେରି ଖେଳ କୁଦରେ ଅଧିକ ସମୟ ନ ବିତାଇ ପାଠରେ ମନ ଦିଅନ୍ତି । ସେ ias ହେବେ ବୋଲି ଆଶା ରଖିଛନ୍ତି । ୯୯.୦୪ ଶତକଡା ଅର୍ଥାତ୍ ୪୯୭ ମାର୍କ ରଖିଛନ୍ତି । ଏହି ସଫଳତା ପାଇଁ ମା , ବାପା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆଦର୍ଶ ସ୍କୁଲରେ ତାଙ୍କୁ ଭବ୍ୟ ଅଭିନନ୍ଦନ ଜ୍ଞାମ୍ପନ କରିଛନ୍ତି। ସେହିପରି ସ୍କୁଲ ପ୍ରିନସିପାଲ ପାର୍ଥସାରଥୀ ମହାକୁଡ଼ କହିଛନ୍ତି, କାବ୍ୟ ରଞ୍ଜନ ଭବିଷ୍ୟତରେ ଜଣେ ଭଲ ମଣିଷ ହେବେ, ଜିଲ୍ଲା ପାଇଁ ଗୌରବ ଆଣିବେ, ସ୍ଥାନୀୟ ଲୋକେ ମାନେ ଶୁଭେଛା ଜଣାଇଛନ୍ତି ।