​​​​​​​ଦିଗପହଣ୍ଡି, ୨୭।୩ : ଦିଗପହଣ୍ଡିରେ କାଳବୈଶାଖୀ ତାଣ୍ଡବ । ୩ ଘଣ୍ଟା ଧରି ରଚିଲା ତାଣ୍ଡବ।  ପବନରେ ଏକ ବିରାଟ ଗଛ ଉପୁଡି ଚଳନ୍ତା ବାଇକ ଉପରେ ପଡ଼ିଲା।  ଅଳ୍ପକେ ବଞ୍ଚିଲେ ବାଇକ ଚାଳକ  । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ITI ଛକ ନିକଟରେ ଘଟିଛି ଏହି ଘଟଣା ।

କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ଦିଗପହଣ୍ଡି, ଚିକିଟି, ସାନଖେମୁଣ୍ଡି, ଅଞ୍ଚଳରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ପ୍ରବଳ ବର୍ଷା ସହ କୁଆପଥର ମାଡ଼ ବି ହୋଇଥିଲା । ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ହସ୍ତସନ୍ତ ହୋଇଥିଲେ । ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଯାଇଥିବା ବାଇକ୍ ଉପରେ ହଠାତ୍ ପଡିଗଲା ବିରାଟ ଗଛ । ସ୍ଥାନୀୟ ଲୋକେ ବାଇକ୍ ଚାଳକ ଓ ବାଇକ୍ କୁ ଉଦ୍ଧାର  କରିଥିଲେ। ବାଇକ ଚାଳକ ସୁରକ୍ଷିତ ଥିଲା ବେଳେ ବାଇକ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।