ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଝାରସୁଗୁଡ଼ାରେ ଖୋଲିଲା କଲ୍ୟାଣ ଜୁଏଲର୍ସର ନୂଆ ସୋ’ରୁମ୍, ମିଳିବ ଭଳିକିଭଳି ନୁଆ ଡିଜାଇନର ଅଳଙ୍କାର

Published By : Bijay Swain | November 30, 2024 11:29 PM

ଝାରସୁଗୁଡ଼ା,୩୦/୧୧ : ଭାରତର ସବୁଠୁ ବିଶ୍ଵାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରେ ନୂଆ ସୋ’ ରୁମ୍‌ର ଶୁଭାରମ୍ଭ କରିଛି। ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏହି ସୋରୁମ ଉଦଘାଟନ କରିଛନ୍ତି। ଏହି ଶୁଭାରମ୍ଭ ସହ କଲ୍ୟାଣ ଜୁଏଲର୍ସ ଝାରସୁଗୁଡ଼ା ସହରରେ ପ୍ରବେଶ କରିଥିବା ବେଳେ ଏହାର ଲାଇଫ୍‌ଷ୍ଟାଇଲ୍ ଗହଣା ବ୍ରାଣ୍ଡ୍-କ୍ୟାଣ୍ଡିୟରକୁ ଉନ୍ମୋଚନ କରାଯାଇଛି ।

ଶନିବାର ଝାରସୁଗୁଡ଼ାରେ ନୂଆ ସୋରୁମର ଶୁଭାରମ୍ଭ କରିଛି ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ। ଆଉ ଏହି ସୋରୁମ ସହ କଲ୍ୟାଣ ଜୁଏଲର୍ସ ପ୍ରଥମ କରି ଝାରସୁଗୁଡ଼ାରେ ବ୍ୟବସାୟ ଆରମ୍ଭ କରିଛି। ଉଦଘାଟନ ସହ ଜୁଏଲର୍ସ ପକ୍ଷରୁ ଏହାର ଲାଇଫ୍‌ଷ୍ଟାଇଲ୍ ଗହଣା ବ୍ରାଣ୍ଡ୍‌-କ୍ୟାଣ୍ଡିୟରର ଉନ୍ମୋଚନ କରାଯାଇଛି। 

ଏହି ଅବସରରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି, ଯେ, “ନୂଆ କଲ୍ୟାଣ ଜୁଏଲର୍ସ ସୋ\'ରୁମ୍ ଉଦଘାଟନ ଅବସରରେ ଆଜି ଏଠାରେ ଉପସ୍ଥିତ ରହି ମୁଁ ଆନନ୍ଦିତ । କଲ୍ୟାଣ ଜୁଏଲର୍ସକୁ ପ୍ରତିନିଧିତ୍ୱ କରିବା ଏକ ସମ୍ମାନର ବିଷୟ । ଏହା ଏକ ବ୍ରାଣ୍ଡ ଯାହା ବିଶ୍ୱାସ, ସ୍ୱଚ୍ଛତା ଏବଂ ଗ୍ରାହକ-କୈନ୍ଦ୍ରୀକ ନୀତି ଉପରେ ଦୃଢ଼ ଭାବେ ଠିଆ ହୋଇଛି ।’’

କଲ୍ୟାଣ ଜୁଏଲର୍ସ ଏବଂ କାଣ୍ଡିୟର ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସିଗ୍ନେଚର ଅଳଙ୍କାର ଲାଇନରୁ ଏକ ବିଳାସପୂର୍ଣ୍ଣ ପରିବେଶ ଏବଂ ଡିଜାଇନର ବ୍ୟାପକ ସଂଗ୍ରହ ସହିତ ଏହି ନୂତନ ସୋ'ରୁମ୍ ଝାରସୁଗୁଡ଼ାର ଲୋକମାନଙ୍କୁ ଏକ ଅତୁଳନୀୟ ସପିଂ ଅନୁଭୂତି ପ୍ରଦାନ କରିବାକୁ ଯାଉଛି । 

କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନି ଭାବରେ ଆମେ ବିଶାଳ ମାଇଲଖୁଣ୍ଟ ହାସଲ କରିଛୁ ଏବଂ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରମୁଖ ପଦକ୍ଷେପ ନେଇଛୁ । ଆମର ଅଭିବୃଦ୍ଧି ଯାତ୍ରାର ଏହି ପରବର୍ତୀ ପର୍ଯ୍ୟାୟ ଆରମ୍ଭ କରୁଥିବା ବେଳେ ଝାରସୁଗୁଡ଼ାରେ ଆମର ନୂତନ ସୋ'ରୁମ୍ ର ଶୁଭାରମ୍ଭ ଘୋଷଣା କରି ଆମେ ଆନନ୍ଦିତ । ଏହି ଶୁଭାରମ୍ଭ ମାଧ୍ୟମରେ ଆମେ ଓଡ଼ିଶା ରାଜ୍ୟରେ ଆମର ଭୌଗୋଳିକ ଉପସ୍ଥିତିକୁ କ୍ରମାଗତ ଭାବରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ ଏବଂ କମ୍ପାନିର ବିଶ୍ୱାସ ଏବଂ ସ୍ୱଚ୍ଛତାର ମୂଳ ମୂଲ୍ୟବୋଧ ପ୍ରତି ସଚ୍ଚୋଟ ରହି ଗ୍ରାହକଙ୍କୁ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।’’

ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ଅନେକ ଆକର୍ଷଣୀୟ ଅଫର ଘୋଷଣା କରିଛି ଯେଉଁଥିରେ ଗ୍ରାହକ ମାନଙ୍କୁ ସେମାନଙ୍କ ଗହଣା କ୍ରୟ ଉପରେ ଉଲ୍ଲେଖନୀୟ ସଂଚୟ ଉପଭୋଗ କରିବାର ସୁଯୋଗ ଦିଆଯାଇଛି । ପ୍ରିମିୟମ ଉତ୍ପାଦ ପାଇଁ ଗଢ଼ା ମଜୁରି ଉପରେ ୩୦% ରିହାତି ଲାଗୁ ହେଉଥିବା ବେଳେ ଗହଣା ବ୍ରାଣ୍ଡ ଟେମ୍ପୁଲ ଓ ଆଣ୍ଟିକ ଗହଣା ପାଇଁ ଗଢ଼ା ମଜୁରି ଉପରେ ୩୫% ରିହାତି ପ୍ରଦାନ କରୁଛି । । ସପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ୩୦ ଗ୍ରାମରୁ କମ୍ ସମସ୍ତ ଗହଣା ସାମଗ୍ରୀରେ ଗଢ଼ା ମଜୁରି ଉପରେ ୨୫% ରିହାତି ମିଳିବ । ଏହା ବ୍ୟତିତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ରହିଛି ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ସୋ'ରୁମରେ ମାନକ ଭାବେ ମଧ୍ୟ ଲାଗୁ ହେବ।

କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ହେବା ସହ ଏହା ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ । ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ଵଚ୍ଛତା ଆଦି ପ୍ରଦାନ କରୁଛି । ବିଶ୍ଵସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି ବ୍ରାଣ୍ଡର ରହିଥିବା ପ୍ରତିବଦ୍ଧତା ହେଉଛି ଏହି ସାର୍ଟିଫିକେଟ୍ ।

 

ଏହି ନୂଆ ସୋ’ ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ ମୁହୁରତ–ବିବାହ ଗହଣା, ମୁଧ୍ରା-ହାତତିଆରି ଆଣ୍ଟିକ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା–ସ୍ଵତନ୍ତ୍ର ଅବସର ପାଇଁ ହୀରା, ଅନ୍ତରା-ବିବାହ ହୀରା, ଦୈନିକ ବ୍ୟବହାର ହୀରା ଗହଣା, ଜେମ ଷ୍ଟୋନ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା-ହୀରା ଗହଣା ଆଦି ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.