ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରତ୍ନବେଦି ପାଇଁ ପ୍ରସ୍ତୁତ ନୂତନ କନକମୁଣ୍ଡି ଚାନ୍ଦୁଆ, ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକ ଉପରେ ଶୋଭା ପାଇବ

Published By : Prameya | July 8, 2025 1:09 PM

ପୁରୀ, ୦୮/୦୯: ଆଜି ନୀଳକନ୍ଦରକୁ ବାହୁଡ଼ିବେ ନୀଳାଦ୍ରିନାଥ। ମହାପ୍ରଭୁଙ୍କ ଆସିବା ପୂର୍ବରୁ ଶ୍ରୀମନ୍ଦିର ସରିଛି ପ୍ରସ୍ତୁତି। ଶ୍ରୀବିଗ୍ରହଙ୍କ ଶ୍ରୀମସ୍ତକ ଉପରେ ଶୋଭା ପାଇବ ନୂତନ କନକମୁଣ୍ଡି ଚାନ୍ଦୁଆ। ରତ୍ନସିଂହାନ ଉପରେ ଲାଗିବ କନକମୁଣ୍ଡି ଚାନ୍ଦୁଆ। ଠାକୁରଙ୍କ ପହଣ୍ଡି ପୂର୍ବରୁ ନୂତନ କନକମୁଣ୍ଡି ଚାନ୍ଦୁଆ ବନ୍ଧା ଯିବ । ବଡ଼ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ପାରମ୍ପରିକ  ଦର୍ଜୀ ସେବକ ଚାନ୍ଦୁଆ ତିଆରିଛନ୍ତି । 

ପଞ୍ଚବର୍ଣ୍ଣୀ ରଙ୍ଗରେ ପ୍ରସ୍ତୁତ ହୋଇଛି ଏହି ନୂତନ କନକମୁଣ୍ଡି ଚାନ୍ଦୁଆ । ସିଲ୍‌କ ଓ କଟନ୍‌  କନାରେ ଚାନ୍ଦୁଆ ପ୍ରସ୍ତୁତ ହୋଇଛି । ମହାପ୍ରଭୁଙ୍କ ଶ୍ରୀମସ୍ତକ ଉପରେ ହଳଦିଆ ରଙ୍ଗ, ଦେବୀ ସୁଭଦ୍ରାଙ୍କ  ଶ୍ରୀମସ୍ତକ ଉପରେ ନାଲି ରଙ୍ଗ ଓ ବଡ଼ଠାକୁରଙ୍କ ଶ୍ରୀମସ୍ତକ  ଉପରେ ସବୁଜ କପଡ଼ା ଚଉକ ରହିଛି । ଧଳାପଟି, ହଳଦିଆ ପଟି, ଖଣ୍ଡୁଆଳି ପଟି, ସବୁଜ ପଟି, ମୋଡ଼ା  ପଟି, ନାଲି ପଟି, କଳା ରଙ୍ଗ ପଟି ପରକୁ ପର ରହି ଚାନ୍ଦୁଆ ତିଆରି ହୋଇଛି ।ଶ୍ରୀବିଗ୍ରହ ରତ୍ନସିଂହାସନରେ  ଅଧିଷ୍ଠିତ ହେବା ପୂର୍ବରୁ ସିଂହାସନ ମାର୍ଜନା କରାଯାଏ ।  ବଡ଼ ଓଡ଼ିଆ ମଠ ମହନ୍ତ ଏହି ସେବା କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.