ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'କୁ ବ୍ୟାନ୍ କଲା ବାଂଲାଦେଶ

Published By : Anindita Ratha | January 15, 2025 1:02 PM

ମୁମ୍ବାଇ,୧୫/୦୧: ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ଆସନ୍ତା ୧୭ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ରିଲିଦ ପୂର୍ବରୁ ଅଭିନେତ୍ରୀଙ୍କୁ ଲାଗିଛି ଝଟକା ।  ଫିଲ୍ମ 'ଏମରଜେନ୍ସି'ରେ କରାଯାଇଛି ବ୍ୟାନ୍ । 

ସୂଚନା ଅନୁଯାୟୀ, "ଦୁଇ ଦେଶ ମଧ୍ୟରେ  ରାଜନୈତିକ ବିବାଦ ଲାଗି ରହିଥିବାରୁ ବାଂଲାଦେଶ ଏହି ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛି ।  ଏହି ଫିଲ୍ମ କଣ୍ଟେଣ୍ଟ କମ୍ ଏବଂ ଦୁଇ ଦେଶ ମଧ୍ୟରେ ଚାଲୁଥିବା ରାଜନୈତିକ ଉତ୍ତେଜନା ପରିସ୍ଥିତି ସହ ଅଧିକ ଜଡିତ । ଏଥିସହ ଏହି ଚଳଚ୍ଚିତ୍ରଟି ବାଂଲାଦେଶୀ ଉଗ୍ରବାଦୀମାନଙ୍କ ଦ୍ୱାରା  କରାଯାଇଥିବା ହତ୍ୟା ଉପରେ ମଧ୍ୟ ଦର୍ଶାଯାଇଛି।''  ତେବେ ଫିଲ୍ମଟି ୧୯୭୫ ରୁ ୧୯୭୭ ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । 

ଏହା ମଧ୍ୟ ପଢନ୍ତୁ- କଙ୍ଗନାଙ୍କ ଡବିଂ କରୁଥିବାର ଫଟୋ ଟ୍ରୋଲର ଶିକାର , କମେଣ୍ଟ କରି ଲୋକେ ଦେଲେ ଏମିତି ସବୁ ପରାମର୍ଶ

ତେବେ ଏହି ଫିଲ୍ମରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତଙ୍କ ସମେତ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।ଇନ୍ଦିରା ଗାନ୍ଧୀ ପାକିସ୍ତାନଠାରୁ ବାଂଲାଦେଶର ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।  ଯଦିଓ ଆମେରିକା ତାଙ୍କୁ ଉଭୟ ଦେଶର ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ କହିଥିଲେ । ତଥାପି, ଇନ୍ଦିରା ଗାନ୍ଧୀ ଆଗକୁ ବଢ଼ିଲେ କାରଣ ସେ ଅନୁଭବ କଲେ ଯେ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ଅପେକ୍ଷା ଭାରତ ପାଇଁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିବା ଆର୍ଥିକ ଦୃଷ୍ଟିରୁ ଭଲ ହେବ, ଯାହାର ପରିଣାମ ସ୍ୱରୂପ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.