ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ କଙ୍ଗନା, ଜାନୁଆରୀ ୧୭ ରେ ଥିଏଟରକୁ ଆସିବ ‘ଏମର୍ଜେନ୍ସି’

Published By : Prameya | November 19, 2024 8:24 AM

ମୁମ୍ବାଇ ୧୯/୧୧: ବଲିଉଡ୍‌ କ୍ୱିନ୍‌ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱତ ଫ୍ୟାନ୍‌ଙ୍କୁ ଖୁସି ଖବର ଦେଇଛନ୍ତି । ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଏମର୍ଜେନ୍ସି’କୁ ଶେଷରେ ରିଲିଜ୍‌ ଡେଟ୍‌ ମିଳିଛି । ଗତ ଅକ୍ଟୋବର ୧୭ ତାରିଖରେ ସେନ୍ସର ବୋର୍ଡ ପକ୍ଷରୁ ଫିଲ୍ମକୁ କ୍ଲିନ୍‌ ଚିଟ୍‌ ମିଳିଥିଲା । ଏହା ପରେ କଙ୍ଗନା ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍‌ଙ୍କୁ ସେନ୍ସର ପ୍ରମାଣପତ୍ର ମିଳିବା ବିଷୟରେ ସୂଚନା ଦେଇଥିଲେ । ତା’ପରଠୁ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣାକୁ ଅପେକ୍ଷା କରିଥିଲେ ଫ୍ୟାନ୍‌ । 

ସଦ୍ୟ ରିପୋର୍ଟ ଅନୁସାରେ, ୨୦୨୫, ଜାନୁଆରୀ ୧୭ ତାରିଖରେ ଥିଏଟରକୁ ଆସିବ ‘ଏମର୍ଜେନ୍ସି’ । ବେଶ ଲମ୍ବା ସମୟ ଧରି କଙ୍ଗନାଙ୍କ ‘ଏମର୍ଜେନ୍ସି’କୁ ନେଇ ବିବାଦ ଲାଗି ରହିଥିଲା । ଶିଖ ସଂଗଠନଗୁଡ଼ିକର ପ୍ରତିବାଦ ପରେ ଫିଲ୍ମର ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା । ଶିଖ ସଂଗଠନ ଅଭିଯୋଗ କରିଥିଲେ, ଫିଲ୍ମରେ ସେମାନଙ୍କ ସମାଜର ଭୁଲ ଛବି ପ୍ରଦର୍ଶିତ ହୋଇଛି । ଗତ ଅଗଷ୍ଟ ୧୪ ତାରିଖରେ ଟ୍ରେଲର ରିଲିଜ୍‌ ପରେ ଫିଲ୍ମଟି ବିବାଦ ଘେରକୁ ଆସିଲା । ପଞ୍ଜାବରେ ଫିଲ୍ମ ବିରୋଧରେ ପ୍ରତିବାଦ ସହିତ ବ୍ୟାନ୍‌ ଦାବି ଜୋର ଧରିଥିଲା । ସେନ୍ସର ବୋର୍ଡ ପ୍ରଥମେ ଫିଲ୍ମକୁ ପ୍ରମାଣପତ୍ର ଦେଇଥିଲା କିନ୍ତୁ ଶିଖ ସମୁଦାୟର ବିରୋଧ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ପ୍ରତିବାଦ ମାମଲାକୁ ଗମ୍ଭୀର କଲା । ପ୍ରମାଣପତ୍ର ପ୍ରଦାନ ପୂର୍ବରୁ ଶିଖଙ୍କ ଅଭିଯୋଗ ଉପରେ ଧ୍ୟାନ ଦେବାକୁ ହାଇକୋର୍ଟ ସେନ୍ସର ବୋର୍ଡକୁ ନିର୍ଦ୍ଦେଶ ଦେଲେ । 




ଅନ୍ୟପକ୍ଷେ, ପ୍ରମାଣପତ୍ର ନ ମିଳିବାରୁ ଫିଲ୍ମ ନିର୍ମାତା ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ । ଏ ନେଇ ସେନ୍ସର ବୋର୍ଡ ଏକ କମିଟି ଗଠନ କରି ଫିଲ୍ମର କିଛି ବିବାଦୀୟ ଦୃଶ୍ୟରେ ପରିବର୍ତ୍ତନ ଲାଗି କଙ୍ଗନାଙ୍କୁ ପରାମର୍ଶ ଦେଲା । ଏ ସମସ୍ତ ପ୍ରକ୍ରିୟା ପରେ ଫିଲ୍ମକୁ ଶେଷରେ ସେନ୍ସର ବୋର୍ଡ ପକ୍ଷରୁ କ୍ଲିନ୍‌ ଚିଟ୍‌ ମିଳିଲା । ‘ଏମର୍ଜେନ୍ସି’ରେ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା । ଫିଲ୍ମର ନିର୍ଦ୍ଦେଶନା ଓ ପ୍ରଯୋଜନା ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ଅନୁପମ ଖେର, ଶ୍ରେୟସ ତଲପଡ଼େ, ମହିମା ଚୌଧରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.