ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିବାହ ଗିପ୍ଟରୁ ଖୁଲାସା ହେବ ରାନ୍ୟା ସୁନା ଚୋରା ଚାଲାଣ ରହସ୍ୟ, ତଦନ୍ତ କରୁଛି ପୋଲିସ

Published By : prameya | March 12, 2025 11:29 AM

ମୁମ୍ବାଇ,୧୨/୦୩:  ବିବାହ ଉପହାରରୁ ଖୁଲାସା ହେବ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣର ରହସ୍ୟ ।  ରାନ୍ୟାଙ୍କୁ ବିବାହରେ ମହଙ୍ଗା ଉପହାର ଦେଇଥିବା ଲୋକଙ୍କୁ ଚିହ୍ନଟ କରୁଛି ସିବିଆଇ । ଏଥିପାଇଁ କଡ଼ାକଡ଼ି ଭାବେ ଯାଞ୍ଚ ହେଉଛି ବିବାହ ସମୟର ଫୁଟେଜ୍ ଏବଂ ଅତିଥି ତାଲିକା। 

ଏହା ମଧ୍ୟ ପଢନ୍ତୁ-ପୌରାଣିକ ଡ୍ରାମାରେ ନେଗେଟିଭ୍‌ ଭୂମିକା କରିବେ ପ୍ରଭାସ, ନିର୍ଦ୍ଦେଶନା ଦେବେ ପ୍ରଶାନ୍ତ ବର୍ମା

ସୂଚନା ମୁତାବକ, ସିବିଆଇ ଅଧିକାରୀମାନେ  ରାନ୍ୟାଙ୍କର ବିବାହ ଆୟୋଜିତ ହୋଇଥିବା ହୋଟେଲରେ ପହଞ୍ଚି ତଦନ୍ତ କରୁଛନ୍ତି । ସୁନା ଚୋରା ଚାଲାଣ ମାମଲାରେ ସିବିଆଇ ସନ୍ଦେହ କରୁଛି ଯେ, କେବଳ ରାନ୍ୟା ନୁହେଁ ବରଂ ଏଥିରେ ଅନେକ ବଡ଼ ଲୋକ ସମ୍ପୃକ୍ତ ଅଛନ୍ତି। ଆଗାମୀ ସମୟରେ ଅନେକ ହାଇପ୍ରୋଫାଇଲ୍ ନାମ ବାହାରିବାର ଆଶା କରାଯାଉଛି। ସିବିଆଇର ଦିଲ୍ଲୀ ଟିମ୍ ସମଗ୍ର ମାମଲାର ନେତୃତ୍ୱ ନେଉଛି।ଅନ୍ୟପଟେ କନ୍ନଡ ଅଭିନେତ୍ରୀ  ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ମାମଲାରେ ବେଙ୍ଗାଲୁରୁ ବିମାନବନ୍ଦରରେ ନିଯୁକ୍ତ ୪ ଜଣ ପ୍ରୋଟୋକଲ ଅଧିକାରୀଙ୍କୁ ମଧ୍ୟ ସିବିଆଇ ନୋଟିସ ଜାରି କରିଛି। ଏହି ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା। ମାର୍ଚ୍ଚ ୩ ତାରିଖରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ  ଗିରଫ କରିଥିଲା ପୋଲିସ । ଏଥିସହ  ତାଙ୍କ ଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ ମଧ୍ୟ ହୋଇଥିଲା । 

ପ୍ରକାଶ ଥାଉକି,  ରାନ୍ୟା ରାଓ କର୍ଣ୍ଣାଟକର ବରିଷ୍ଠ ପୋଲିସ ଅଧିକାରୀ କେ ରାମଚନ୍ଦ୍ର ରାଓଙ୍କ ସାବତ ଝିଅ। ରାମଚନ୍ଦ୍ର କର୍ଣ୍ଣାଟକର ପୋଲିସ ହାଉସିଂ କର୍ପୋରେସନରେ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ଅଛନ୍ତି।  ରାନ୍ୟା ରାଓ ୨୦୧୪ ମସିହାରେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ବିପକ୍ଷରେ ଫିଲ୍ମ "ମାଣିକ୍ୟ"ରେ ଅଭିନୟ କରିଥିଲେ।  ରାନ୍ୟା ରାଓ ତାଙ୍କ କ୍ୟାରିଅରରେ ଏପର୍ଯ୍ୟନ୍ତ କେବଳ ୩ଟି ଫିଲ୍ମରେ କାମ କରିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.