ମୁମ୍ୱାଇ : କପିଲ ଶର୍ମା ଆଜି କୋଟି କୋଟି ଟଙ୍କାର ମାଲିକ। ଭାରତକୁ ନେଇ ବିଦେଶ ଯାଏ ତାଙ୍କର ବିଜନେସ୍ ବିସ୍ତାର ହୋଇଛି , କିନ୍ତୁ ଦିନେ ଏହି ବ୍ୟକ୍ତି ନିଜର ପ୍ରାରମ୍ଭିକ କ୍ୟାରିୟରରେ ପରାଜୟ ଦେଖି ଥିଲେ। କ୍ୟାନସର ରୋଗ ତାଙ୍କ ଠାରୁ ତାଙ୍କ ପିତାଙ୍କୁ ଛଡ଼େଇ ନେଇଥିଲା ଏବଂ ଏହି କମେଡିଆନଙ୍କ ଉପରେ ହଠାତ୍ ଘର ଚଲେଇବାର ଦାୟିତ୍ୱ ପଡ଼ିଥିଲା। ସ୍ଥିତି ଏମିତି ଥିଲା ଯେ, କେବେ ଘର ଚଳେଇବା ଓ ଟଙ୍କା ରୋଜଗାର କରିବା ପାଇଁ ଫୋନ୍ ବୁଥ୍‌ରେ ପିସିଓ ରେ କାମ କରିବାକୁ ପଡ଼ିଥିଲା ତ କେବେ ଜଗରାତାରେ ଭଜନ ଗାଇ ଟଙ୍କା ରୋଜଗାର କରିବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା ଲୋକଙ୍କୁ ହସାଇ ଅଣନିଃଶ୍ୱାସୀ କରି ଦେଉଥିବା ଟିଭି ଦୁନିଆର ଚର୍ଚ୍ଚିତ କମେଡିଆନ କପିଲ ଶର୍ମା ନିଜ ଜୀବନରେ କେମିତି ଦୁଃଖ ଓ ଅସୁବିଧା ଦେଇ ଗତି କରିଛନ୍ତି।

କୁହାଯାଏ ଅସଫଳତା ସଫଳତାର ପ୍ରଥମ ପାହଚ ହୋଇଥାଏ। ଏହି କଥାକୁ ସତ କରି ଦେଖାଇଛନ୍ତି କପିଲ ଶର୍ମା। ଆଜି ସେ ଦେଶର ସବୁଠୁ ବଡ଼ କମେଡିଆନ ଭାବେ ଜଣାଶୁଣା , କିନ୍ତୁ ତାଙ୍କର ଆରମ୍ଭ ଏତେ ସହଜ ନଥିଲା। ବହୁତ କମ୍ ଲୋକ ଜାଣନ୍ତି ଯେ, ଯେଉଁ ଶୋ ତାଙ୍କୁ ଷ୍ଟାର କରିଥିଲା , ଏହାର ପ୍ରଥମ ଅଡିଶନରେ ତାଙ୍କୁ ରିଜେକ୍ଟ କରି ଦିଆ ଯାଇ ଥିଲା। ଏହି ଛୋଟିଆ ଅସଫଳତା ଭବିଷ୍ୟତରେ ତାଙ୍କର ସବୁଠୁ ବଡ଼ ଶକ୍ତି ସାଜିଥିଲା ଏବଂ ସେ ଖୁବ୍ ପରିଶ୍ରମରେ ନିଜର ଭାଗ୍ୟ ବଦଳାଇ ଦେଲେ।

ଆଜିର ଦିନରେ ୨ ଅପ୍ରେଲ ୧୯୮୧ ରେ ପଞ୍ଜାବର ଅମୃତସରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇ ଥିଲେ କପିଲ ଶର୍ମା। ତାଙ୍କର ବାପା ପଞ୍ଜାବ ପୁଲିସରେ ହେଡ୍ କନଷ୍ଟେବଲ ଥିଲେ ଏବଂ ମାଆ ଜଣେ ହାଉସ ୱାଇଫ୍। କପିଲଙ୍କର ପିତାଦିନ ଏକ ସାଧାରଣ ପିଲାର ଜୀବନ ଭଳି ଥିଲା, କିନ୍ତୁ ୧୯୯୭ରେ ତାଙ୍କର ପିତାଙ୍କୁ କ୍ୟାନସର ହୋଇଥିଲା ଏବଂ ଘରର ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ଏହାପରେ ୨୦୦୪ରେ ପିତାଙ୍କ ମୃତ୍ୟୁ ପୂରା ପରିବାରକୁ ଦୋହଲାଇ ଦେଲା। ଏହି ମୁସ୍କିଲ ସମୟରେ କପିଲ ହାରି ଯାଇ ନଥିଲେ ଏବଂ ଅତି ଅଳ୍ପ ବୟସରୁ ପରିବାରର ଦାୟିତ୍ୱ ସମ୍ଭାଳିଲେ। ସେ ଦିନେ ପିସିଓରେ କାମ ମଧ୍ୟ କରିଥିଲେ ଏବଂ ଜଗରାତା ଗୁଡ଼ିକରେ ଭଜନ ଗାଇ ଅର୍ଥ ରୋଜଗାର କରୁଥିଲେ।

କପିଲଙ୍କ ସ୍ୱପ୍ନ କମେଡିଆନ ହେବାକୁ ନୁହେଁ ସିଙ୍ଗର ହେବାର ଥିଲା, କିନ୍ତୁ ବିଧାତା ତାଙ୍କ ଭାଗ୍ୟରେ ଆଉ କିଛି ଲେଖି ଥିଲା। କଲେଜ ସମୟରେ ସେ କମେଡିକୁ ହାତେଇବା ଆରମ୍ଭ କରି ଥିଲେ ଏବଂ ଦିନେ ସେ ପ୍ରସିଦ୍ଧ ଶୋ ‘ଦ ଗ୍ରେଟ୍ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ ପାଇଁ ଅଡିସନ ଦେଲେ। ଅମୃତସରରେ ହୋଇଥିବା ପ୍ରଥମ ଅଡିସନରେ ତାଙ୍କୁ ରିଜେକ୍ଟ କରି ଦିଆ ଯାଇଥିଲା। ଏହା ତାଙ୍କ ପାଇଁ ବଡ଼ ଝଟକା ସଦୃଶ ଥିଲା। କିନ୍ତୁ ସେ ହାର୍ ମାନି ନଥିଲେ। ବନ୍ଧୁଙ୍କ କହିବାନୁସାରେ ସେ ଦିଲ୍ଲୀ ଗଲେ ଏବଂ ପୁଣି ଥରେ ଅଡିସନ ଦେଲେ। ଏହି ଥର ତାଙ୍କର ପରିଶ୍ରମ ରଙ୍ଗ ବୋଳି ଥିଲା ଏବଂ ୨୦୦୭ରେ ସେ ଏହି ଶୋ’ର ବିଜେତା ହୋଇ ଥିଲେ। ତାଙ୍କୁ ୧୦ଲକ୍ଷ ଟଙ୍କାର ପ୍ରାଇଜ୍ ମନି ମିଳି ଥିଲା, ଯେଉଁଥିରେ ସେ ତାଙ୍କ ଭଉଣୀର ବିବାହ କରାଇ ଥିଲେ।

ଏହି ସଫଳତା ପରେ କପିଲଙ୍କ କ୍ୟାରିୟର ଦୌଡ଼ି ଥିଲା। ସେ କମେଡି ସର୍କସର ଅନେକ ସିଜନ ଜିତିଲେ , ଧିରେ ଧିରେ ଟିଭି ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କଲେ। ଏହାପରେ ୨୦୧୩ରେ ତାଙ୍କର ଶୋ ‘କମେଡି ଟାଇଟ୍ସ ୱିଦ୍ କପିଲ’ ଆରମ୍ଭ ହେଲା,ଯାହାକି ତାଙ୍କ ଜୀବନକୁ ପୂରା ବଦଳାଇ ଦେଲା। ଏହି ଶୋ' ଏତେ ଲୋକପ୍ରିୟ ହେଲା ଯେ, କପିଲ ଘରେ ଘରେ ପରିଚିତ ହୋଇଥିଲା। ଲୋକେ ତାଙ୍କୁ କମେଡି କିଙ୍ଗ୍ କହିଲେ।

 
 
 
 
 
 
 
 
 
 
 
 
 
 
 

A post shared by Netflix India (@netflix_in)

ଏହାସହ ମଧ୍ୟ ପଢନ୍ତୁ : ‘ରାମାୟଣ’ର ପ୍ରଥମ ଟିଜର୍ ରିଲିଜ୍, ସାମ୍ନାକୁ ଆସିଲା ରଣବୀରଙ୍କ ଫାଷ୍ଟ ଲୁକ୍‌