ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାକ୍‌ ଡିଜାଇନର୍‌ଙ୍କ ସହ ଡିନର୍‌ କରି ହଟହଟା, ଫଟୋ ଭାଇରାଲ୍

Published By : Anindita Ratha | May 1, 2025 8:54 AM

ନୂଆଦିଲ୍ଲୀ,୦୧/୦୫: ପହଲଗାମ୍‌ ଆକ୍ରମଣ ପରଠୁ ପାକିସ୍ତାନ ଉପରେ ଭାରତର ଆକ୍ରୋଶ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକେ ପାକିସ୍ତାନ ବିରୋଧରେ ବୟାନ ଦେଉଛନ୍ତି । ଇତିମଧ୍ୟରେ କରୀନା କପୁର ଖାନ୍‌ଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ପାକ୍‌ ଡିଜାଇନର୍‌ଙ୍କ ସହ ଡିନର୍‌ କରୁଥିବା ନଜର ଆସିଛନ୍ତି । ଫଟୋ ଦେଖି ଲୋକେ କରୀନାଙ୍କ ଉପରେ ଖୁବ୍‌ ରାଗିଯାଇଛନ୍ତି । କିଛି ତାଙ୍କୁ ଗଦ୍ଦାର ମଧ୍ୟ କହୁଛନ୍ତି । ନିକଟରେ ଫିଲ୍ମ ଫେଡେରେସନ୍‌ ଘୋଷଣା କରିଥିଲା, ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ । 

ଫଟୋରେ କରୀନା ଯାହା କାନ୍ଧରେ ହାତ ରଖିଛନ୍ତି, ସେ ପାକିସ୍ତାନୀ ଡିଜାଇନର୍‌ ଫରାଜ ମନ୍ନାନ । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ୨୭ ଏପ୍ରିଲରେ କରୀନା ଦୁବାଇ ଯାଇଥିଲେ । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଥିରେ ଫରାଜ ମଧ୍ୟ ସାମିଲ ହୋଇଥିଲେ । ଫରାଜ ଏହି ସାକ୍ଷାତର ଫଟୋ ନିଜେ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଥିଲେ, ଯାହା ଏବେ ଭାଇରାଲ ହେଉଛି । ଏକ୍ସ ପ୍ଲାଟ୍‌ଫର୍ମରେ ଜଣେ ୟୁଜର୍‌ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ଗୋଟିଏ ପଟେ ଭାରତ ପାକିସ୍ତାନ ବିରୋଧରେ ଲଢ଼େଇ କରୁଛି । ଅନ୍ୟପକ୍ଷେ, କରୀନା କପୁର ପାକିସ୍ତାନୀ ଡିଜାଇନର୍‌ଙ୍କ ସହ ଦୁବାଇରେ ଫଟୋସୁଟ୍‌ରେ ବ୍ୟସ୍ତ ଅଛନ୍ତି । ସେ ପୂର୍ବରୁ ମଧ୍ୟ ତାଙ୍କ ସହ କାମ କରିଛନ୍ତି । ଗତ ବର୍ଷ କରୀନା ପାଲେଷ୍ଟାଇନ୍‌କୁ ସମର୍ଥନ କରିଥିଲେ । କିନ୍ତୁ ଏବେ ଦେଶ ପାଇଁ ଠିଆ ହେଉନାହାନ୍ତି । ବଲିଉଡ୍‌ ସେଲିବ୍ରିଟିଙ୍କର କ’ଣ ନିଜ ଦେଶ ପାଇଁ କୌଣସି କର୍ତ୍ତବ୍ୟ ନାହିଁ ବୋଲି ବ୍ୟକ୍ତି ପଚାରିଛନ୍ତି ।

ସୂଚନାଯୋଗ୍ୟ, କରୀନା କେବଳ ଫରାଜଙ୍କ ସହ କାମ କରିନାହାନ୍ତି, ବରଂ ତାଙ୍କର ଜଣେ ଭଲ ବନ୍ଧୁ । ଅନେକ କାର୍ଯ୍ୟକ୍ରମରେ ଫରାଜଙ୍କ ସହ ସେ ପୋଷ୍ଟ୍‌ ମଧ୍ୟ ଶେୟାର କରିଛନ୍ତି । ପାକ୍‌ ଡିଜାଇନର୍‌ ମନ୍ନାନ ଦୁବାଇର ଜଣେ ପ୍ରସିଦ୍ଧ ଡିଜାଇନର୍‌ । କରୀନାଙ୍କ ପୂର୍ବରୁ ଅନେକ ଭାରତୀୟ ସେଲିବ୍ରିଟି ତାଙ୍କ ସହ କାମ କରିଛନ୍ତି । ଏମାନଙ୍କ ମଧ୍ୟରେ କିଆରା ଆଡ଼ଭାନି, ଅନନ୍ୟା ପାଣ୍ଡେ, ରଣବୀର କପୁର, ଆଲିୟା ଭଟ୍ଟ, ତାରା ସୁତାରିଆଙ୍କ ଭଳି ସେଲିବ୍ରିଟି ବି ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.