ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା: କରିନା କପୁରଙ୍କ ବଡ଼ ବୟାନ

Published By : Swapna Ray | January 18, 2025 4:47 PM

ମୁମ୍ୱାଇ, ୧୮।୧: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା । ଏନେଇ କରିନା କପୁରଙ୍କ ବଡ଼ ବୟାନ । କହିଲେ ପୋଲିସକୁ ଦେଇଥିବା ବୟାନରେ ମୋର ଏହି ବୟାନ ରେକର୍ଡ ହୋଇନି । ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି ମୁମ୍ବାଇ ପୋଲିସ । ଏନେଇ କରିନା କପୁର ତାଙ୍କର ବୟାନ ଦେଇଛନ୍ତି । କରିନା ବାନ୍ଦ୍ରା ପୋଲିସକୁ କହିଛନ୍ତି ଯେ, ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍‌ ଘରେ ଥିବା ପିଲା ଓ ମହିଳାମାନଙ୍କ ସୁରକ୍ଷା ପାଇଁ ବିଲ୍ଡିଂର ୧୨ ମହଲାକୁ ପଠାଇଦେଇଥିଲେ । ସେ ସମସ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀ ସାମନା କରିବାରୁ ଦୁର୍ବୃତ୍ତ ତାଙ୍କ ପୁଅ ପାଖରେ ପହଞ୍ଚି ପାରିନଥିବା ସେ କହିଛନ୍ତି । କରିନା ଏହା ମଧ୍ୟ କହିଥିଲେ ଯେ, ଆକ୍ରମଣକାରୀ ଘରୁ କୌଣସି ଜିନିଷ ଚୋରି କରି ନାହିଁ, କେବଳ ସୈଫଙ୍କୁ ଅନେକ ଥର ଆକ୍ରମଣ କରିଥିଲା । କେଉଁ ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପଶିଥିଲା ଚୋର ? କରିନାଙ୍କ ଏଭଳି ବୟାନ ପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । 

କହିରଖୁ କି, ମୁମ୍ବାଇ ପୋଲିସ ଅଭିଯୁକ୍ତର ସିସିଟିଭି ଫୁଟେଜ୍ ଜାରି କରିଥିଲା । ଏହି ସିସିଟିଭି ଫୁଟେଜଗୁଡ଼ିକ ମଧ୍ୟରୁ ଗୋଟିଏ ସତଗୁରୁ ଶରଣ ବିଲ୍ଡିଂର ଷଷ୍ଠ ମହଲାର, ଯେଉଁଥିରେ ସନ୍ଦିଗ୍ଧ ବ୍ୟକ୍ତି ଖାଲି ପାଦରେ ସିଡ଼ି ଚଢ଼ୁଥିବାର ଦେଖାଯାଉଛି । ଅନ୍ୟ ଏକ ସିସିଟିଭି ଫୁଟେଜରେ, ସନ୍ଦିଗ୍ଧ ବ୍ୟକ୍ତି ବାନ୍ଦ୍ରା ରେଳ ଷ୍ଟେସନ ନିକଟରେ ଏକ ହଳଦିଆ ସାର୍ଟ ପିନ୍ଧିଥିବା ଦେଖାଯାଇଥିଲା । ସେ ନିରନ୍ତର ସ୍ଥାନ ପରିବର୍ତ୍ତନ କରୁଛି । ଘଟଣାର ଗୋଟିଏ ଦିନ ପରେ ଆକ୍ରମଣକାରୀର ପ୍ରଥମ ସିସିଟିଭି ଫୁଟେଜରେ, ସେ ନୀଳ ସାର୍ଟ ପିନ୍ଧିଥିବାର ଦେଖାଯାଇଥିଲା । ଯେତେବେଳେ କି ଘଟଣା ରାତିରେ ସେ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ମୁମ୍ବାଇ ପୋଲିସ କହିଛି ଯେ, ଆକ୍ରମଣକାରୀ ସମ୍ଭବତଃ ବାନ୍ଦ୍ରାରୁ ଏକ ଲୋକାଲ୍ ଟ୍ରେନ୍ ନେଇ ମୁମ୍ବାଇର ଅନ୍ୟ କୌଣସି ଅଞ୍ଚଳକୁ ଯାଇଛି ବୋଧେ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଅନେକ ପୋଲିସ ଟିମ୍ ସହରର ବିଭିନ୍ନ ରେଳ ଷ୍ଟେସନର ସିସିଟିଭି ଫୁଟେଜକୁ ସ୍କାନ କରୁଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.