ବାଲିଗୁଡ଼ା,୨୪/୮ :  ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକ । ଭୁବନେଶ୍ବରର ଏକ ହସ୍ପିଟାଲରେ ଆଜି ରାତ୍ରି ୯ଟା ୩୦ମିନିଟ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କର ୫୫ବର୍ଷ ବୟସ ହୋଇଥିଲା । 

ସୂଚନାଯୋଗ୍ୟ ଯେ, ଶ୍ରୀ ମାଝୀ ୨୦୦୪ରୁ ୨୦୦୯ ଏବଂ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଲିଗୁଡ଼ାର ଭାରତୀୟ ଜନତା ପାର୍ଟିର ବିଧାୟକ ଥିଲେ। ସେ ଜଣେ ଯୁବ ନେତା ଭାବରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବେଶ ପରିଚୟ ସାଉଣ୍ଟିପାରିଥିଲେ ।  ନିର୍ବାଚନ ମଣ୍ଡଳୀରେ କିଭଳି ଭାବେ ବିକାଶ ହେବ ତାହା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ସେ କୁଇ ଭାଷାରେ ୩ଟି ପୁସ୍ତକ ମଧ୍ୟ ଲେଖିଥିଲେ । ତାଙ୍କର ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି ।