ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଲରେନ୍ସ ବିଷ୍ଣୋଇର ସାଥିଙ୍କୁ ମାରିବାକୁ ୧କୋଟି ଟଙ୍କାର ପୁରସ୍କାର, କ୍ଷତ୍ରିୟ କରଣୀ ସେନାର ଘୋଷଣା

Published By : Prameya | November 12, 2024 4:38 PM

ନୂଆଦିଲ୍ଲୀ : କ୍ଷତ୍ରିୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ ସିଂହ ଶେଖାୱତ ଲରେନ୍ସ ଗ୍ୟାଙ୍ଗର ସଦସ୍ୟଙ୍କୁ ମାରିବା ପାଇଁ ଭିନ୍ନ ଭିନ୍ନ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପୁରସ୍କାରର ମୋଟ ରାଶି ୨୧ ଲକ୍ଷ ଟଙ୍କାରୁ ନେଇ ୧କୋଟି ଟଙ୍କା ରହିଛି। କହି ରଖୁଛୁ କି, ରାଜସ୍ଥାନରେ ୫ଡିସେମ୍ୱର ଦିନ ଜୟପୁରର ଶ୍ୟାମ ନଗର ଅଞ୍ଚଳରେ ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡିଙ୍କର ଗୁଣ୍ଡାମାନେ ଗୁଳି କରି ହତ୍ୟା କରି ଥିଲେ। ଯାହାର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିଲା। ଯାହାକୁ ନେଇ ଏବେ କ୍ଷତ୍ରିୟ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ ସିଂହ ଶେଖାୱତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ ୫ଜଣ ଲୋକଙ୍କ ହତ୍ୟା କରିବା ଉପରେ ମୋଟ ୨୧ଲକ୍ଷରୁ ନେଇ ୧କୋଟି ଟଙ୍କାର ପୁରସ୍କାର ରଖାଯାଇଛି। 

ରାଜ ସିଂହ ଶେଖାୱତଙ୍କ କହିବାନୁସାରେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସଂପୃକ୍ତ ଆତଙ୍କୀ କାର୍ଯ୍ୟକଳାପକୁ ସଫଳ କରିଥିବା ଅନମୋଲ ବିଷ୍ଣୋଇ, ଗୋଲ୍ଡି ବରାର, ରୋହିତ ଗୋଦାରା, ସଂପତ ନେହରା ଓ ବିରେନ୍ଦ୍ର ଚାରଣକପ ଯେଉଁ ବ୍ୟକ୍ତି ମାରିବ , ତାଙ୍କୁ ପୁରସ୍କାର ଦିଆଯିବ। ଆମେ କ୍ଷତ୍ରିୟ ଧର୍ମର ନିର୍ବାହ କରିବା ଏବଂ ଆତଙ୍କବାଦ ଓ ଭୟ ମୁକ୍ତ ଭାରତବର୍ଷ ହେଉ ଏହା ସୁନିଶ୍ଚିତ କରିବା। ସେ ଗୁଣ୍ଡାଙ୍କ ଉପରେ ଭିନ୍ନ ଭିନ୍ନ ପୁରସ୍କାର ରଖିଛନ୍ତି। 

ରାଜ ଶେଖାୱତ,  ଅନମୋଲ ବିଷ୍ଣୋଇ ଉପରେ ଏକ କୋଟି ଟଙ୍କା, ଗୋଲ୍ଡି ବରାର ଉପରେ ୫୧ ଲକ୍ଷ ଟଙ୍କା, ରୋହିତ ଗୋଦାରା ଉପରେ ୫୧ ଲକ୍ଷ ଟଙ୍କା , ସଂପତ ନେହରା ଉପରେ ୨୧ ଲକ୍ଷ ଟଙ୍କା ଓ ବିରେନ୍ଦ୍ର ଚାରଣର ହତ୍ୟାକାରୀଙ୍କୁ ୨୧ ଲକ୍ଷ ଟଙ୍କାର ଅଫର ଦିଆଯାଇଛି। ରାଜ ସିଂହ ଶେଖାୱତ ଏହା ପୂର୍ବରୁ ଲରେନ୍ସ ବିଷ୍ଣୋଇ ଲରେନ୍ସ ବିଷ୍ଣୋଇଙ୍କର ଏନକାଉଣ୍ଟର କରିଥିବା ପୁଲିସକର୍ମୀଙ୍କୁ ଏକ କୋଟି ୧୧ ଲକ୍ଷ ୧୧ ହଜାର ୧୧୧ ଟଙ୍କାର ନଗଦ ପୁରସ୍କାରର ଘୋଷଣ କରି ସାରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.