ମୁମ୍ବାଇ ୦୬/୦୩: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୀଲୀଲା ଓ କାର୍ତ୍ତିକ  ଆର୍ଯ୍ୟନ୍‌ ଆଗକୁ ଅନୁରାଗ ବସୁଙ୍କର ନିର୍ଦ୍ଦେଶନାରେ  ନିର୍ମିତ ହେବାକୁ ଥିବା ଏକ ରୋମାଣ୍ଟିକ ଫିଲ୍ମରେ  ନଜର ଆସିବେ । ନିକଟରେ ଫିଲ୍ମର ଟିଜର ସାମ୍ନାକୁ  ଆସିଥିଲା ଯାହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ଇତିମଧ୍ୟରେ ଉଭୟଙ୍କର ଏହି ଅନସ୍କ୍ରିନ୍‌ ଯୋଡ଼ିକୁ  ଏବେ ଅଫ୍‌ସ୍କ୍ରିନ୍‌ରେ ଦେଖିବାକୁ ମିଳୁଛି । 

ସୋସିଆଲ  ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ଶ୍ରୀଲୀଲା କାର୍ତ୍ତିକଙ୍କ ପାରିବାରିକ ଉତ୍ସବରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି । ଭିଡିଓକୁ ନିଜେ କାର୍ତ୍ତିକ ମୋବାଇଲ୍‌ର କ୍ୟାମେରାରେ ରେକର୍ଡ କରିଥିବା  ଜଣାପଡିଛି । ଏହାକୁ ଦେଖି ଉଭୟ ଡେଟ୍‌ କରୁଥିବା  ଚର୍ଚ୍ଚା ହେଉଛି । କାର୍ତ୍ତିକଙ୍କର ଭଉଣୀ କୃତ୍ତିକା ତିୱାରୀଙ୍କୁ  ମେଡିକାଲ କ୍ୟାରିୟରେ ସଫଳତା ମିଳିବା ପରେ  ତାଙ୍କ ଘରେ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା । ସେଥିରେ ଶ୍ରୀଲୀଲା କାର୍ତ୍ତିକଙ୍କ  ସହିତ ସାମିଲ ହୋଇଥିଲେ । 




ସୂଚନାଥାଉକି,  ଶ୍ରୀଲୀଲା ଓ କାର୍ତ୍ତିକଙ୍କର ସେହି ଫିଲ୍ମ  ଚଳିତବର୍ଷ ଦୀପାବଳୀରେ ରିଲିଜ୍‌ ହେବ ।  ସେଥିରେ କାର୍ତ୍ତିକ ଜଣେ ରକ୍‌ଷ୍ଟାର  ଚରିତ୍ରରେ ନଜର ଆସିବେ ।