ନୂଆଦିଲ୍ଲୀ,୨୮।୪: ହ୍ବାଇଟ ହାଉସ କରେସପଣ୍ଡେଣ୍ଟ ଡିନର ଗୁଳିକାଣ୍ଡ ଘଟଣାରେ ଚକିତ କରିଦେବା ଭଳି ଖୁଲାସା ସାମନାକୁ ଆସିଛି। ସମସ୍ତ ଆମେରିକୀୟ ଏଜେନ୍ସି ବନ୍ଧୁକଧାରୀ କୋଲ୍ ଟୋମାସ୍ ଆଲେନର ଘୋଷଣା ପତ୍ର ଅର୍ଥାତ ମାନିଫେଷ୍ଟୋକୁ ଅତି ଭଲ ଭାବରେ ଯାଞ୍ଚ କରୁଛି। ଏହି ମାନିଫେଷ୍ଟୋରେ ଟ୍ରମ୍ପଙ୍କ ସହ ଜଡିତ ସବୁ ପ୍ରକାର ବରିଷ୍ଠ ଅଧିକାରୀଙ୍କ ନାଁ ସମ୍ଭାବିତ ଲକ୍ଷ୍ୟ (ଟାର୍ଗେଟ) ରୂପରେ ସାମିଲ ଥିଲା, କିନ୍ତୁ ଏଥିରେ ଜଣକଙ୍କ ନାଁ ନଥିଲା। ସେ ନାଁ ହେଲା ଭାରତୀୟ ବଂଶୋଦ୍ଭବ ତଥା ଏଫ୍ବିଆଇ ମୁଖ୍ୟ କାଶ୍ ପଟେଲ। ଅଧିକାରୀମାନେ ଏବେ ଏହି କଥାର ଯାଞ୍ଚ କରୁଛନ୍ତି ଯେ, କାହିଁକି ଏଫ୍ବିଆଇ ଡାଇରେକ୍ଟର କାଶ୍ ପଟେଲଙ୍କ ନାଁ ଟାର୍ଗେଟ ଲିଷ୍ଟରେ ନଥିଲା ?ଏହା ପଛରେ ଆକ୍ରମଣକାରୀର ବିଚାରଧାରା, ରଣନୈତିକ ଯୋଜନା ଓ ଏପରିକି ସେଠାରେ ଧର୍ମ ସମ୍ପର୍କିତ ବହୁ ସିନ୍ଧାନ୍ତ ଉପରେ ବିଚାର କରାଯାଉଛି।
ରିପୋର୍ଟ ଅନୁସାରେ, ସବୁଠାରୁ ଅଧିକ ଚର୍ଚ୍ଚା ଏହି କଥାର ହେଉଛି ଯେ, ଏହା ପଛରେ ପଟେଲଙ୍କ ପରିଚୟ ହୋଇପାରେ। ‘ଦ ନ୍ୟୁୟର୍କ ପୋଷ୍ଟ’ର ରିପୋର୍ଟ ଅନୁସାରେ, ଯାଞ୍ଚକର୍ତ୍ତାଙ୍କ ମତରେ ସନ୍ଦିଗ୍ଧ କୋଲର ମାନିଫେଷ୍ଟୋରେ ସ୍ପଷ୍ଟ ଭାବରେ ଇସାଇ-ବିରୋଧି ବିଚାର ଥିଲା। ତଦନ୍ତକାରୀଙ୍କ ମତରେ ସନ୍ଦିଗ୍ଧ ମାନିଫେଷ୍ଟୋରେ ସ୍ପଷ୍ଟ ଭାବରେ ଇଶାଇ ବିରୋଧି ବିଚାର ଥିଲା। ଏହାର ଅର୍ଥ ଏହା ବି ହୋଇପାରେ ଯେ, କାଶ ପଟେଲ, ଯିଏକି ହିନ୍ଦୁ ସେ ଆକ୍ରମଣକାରୀର ବୈଚାରିକ ଟାର୍ଗେଟରେ ନଥିଲେ। କୋଲ୍ ଆଲେନ୍ ମାନିଫେଷ୍ଟୋରେ ନିଜର ହିଂସାକୁ ଠିକ୍ ଦର୍ଶାଇବା ପାଇଁ ଧାର୍ମିକ, ନୈତିକ ଓ ବୈଚାରିକ କଥାର ସାହାରା ନୋଇଥିଲା। ସିଧା ଶବ୍ଦରେ ଯଦି କହିବା, ତେବେ ଆକ୍ରମଣକାରୀର ରାଗ କୌଣସି ବିଶେଷ ଧାର୍ମିକ ସଂଗଠନ (ଯେପରିକି ଇଶାଇ)ଙ୍କ ପ୍ରତି ଥିଲା, ତେଣୁ ପଟେଲ ସେହି ପରିସର ବାହାରେ ଥିଲେ ବୋଲି କୁହାଯାଉଛି।
ଆଉ ଏକ ସମ୍ଭାବିଚ କାରଣ ବୈଚାରିକ ହେବା ଛଡା ରଣନୈତିକ ମଧ୍ୟ ରହିଛି। ତଦନ୍ତକାରୀଙ୍କ କହିବା ଅନୁସାରେ, ବନ୍ଧୁକଧାରୀ ଆକ୍ରମଣରେ କିଛି ସ୍ପଷ୍ଟ ନିୟମ ବି କରିଥିଲା। ଏଥିରେ ଲ-ଏନଫୋର୍ସମେଣ୍ଟ ସହ ଜଡିତ ଅଧିକାରୀଙ୍କୁ କ୍ଷତି ନପହଁଞ୍ଚାଇବା ଓ ଅଣ-ରାଜନୈତିକ ଲୋକଙ୍କ ଜୀବନକୁ କମ୍ରୁ କମ୍ ବିପଦରେ ପକାଇବାର ମଧ୍ୟ ଥିଲା। କାଶ ପଟେଲ ଏଫ୍ବିଆଇ ଚିଫ୍ ହୋଇଥିବା କାରଣରୁ ଏହି ନିୟମ ଅନୁସାରେ, ହିଟ୍ ଲିଷ୍ଟରୁ ବାହାରେ ଥିଲ ବୋଲି କହିହେବ। ଏହି ଥିଓରୀ କିନ୍ତୁ ଅଳ୍ପ ଅବୁଝା ରହିଛି, କାରଣ ଆକ୍ରମଣ ବେଳେ ଜଣେ ଲ-ଏନଫୋର୍ସ ମେଣ୍ଟ ଅଧିକାରୀଙ୍କୁ ଗୁଳି ବାଜିଥିଲା। ତେବେ ବୁଲେଟ୍ପ୍ରୁଫ୍ ଭେଷ୍ଟ ପିନ୍ଧିଥିବା କାରଣରୁ ତାଙ୍କର ଜୀବନ ବଞ୍ଚି ଯାଇଥିଲା।
ଆକ୍ରମଣକାରୀ ପ୍ରଶାସନିକ ଅଧିକାରୀଙ୍କ ଏକ ରାଙ୍କିଙ୍ଗ ଥିବା ହିଟ୍-ଲିଷ୍ଟ ପ୍ରସ୍ତୁତ କରିଥିଲା। ସେ ନିଜର ମାନିଫେଷ୍ଟୋରେ ସ୍ପଷ୍ଟ ରୂପରେ ଲେଖିଥିଲେ, ପ୍ରଶାସନର ଅଧିକାରୀ (କାଶ୍ ପଟେଲଙ୍କୁ ଛାଡି) ଟାର୍ଗେଟରେ ନାହାନ୍ତି। ସେ ଆକ୍ରମଣ କରିବାର ମାତ୍ର ୧୦ ମିନିଟ୍ ପୂର୍ବରୁ ଏହି ମାନିଫେଷ୍ଟୋ ନିଜର ପରିବାର ଲୋକଙ୍କୁ ପଠାଇଥିଲେ। ଏଥିରେ କୋଲ୍ ଅଧିକାରୀଙ୍କ ଉପରେ ଆକ୍ରମଣକୁ କଥିତ ଅନ୍ୟାୟ ବିରୋଧରେ ନିଜର ପ୍ରତକ୍ରିୟା ବୋଲି କହିଥିଲେ।
ଆହୁରି ପଢନ୍ତୁ: ରୁଷ ଦେଖାଇଲା ଦୋସ୍ତି: ଖୁବ୍ ଶୀଘ୍ର ଭାରତ ଆସିବ ଏସ୍-୪୦୦ ସିଷ୍ଟମ, ‘ଅପରେସନ୍ ସିନ୍ଦୂର’ରେ ପାଲଟିଥିଲା ଗେମ୍ ଚେଞ୍ଜର