ନୂଆଦିଲ୍ଲୀ,୧୦।୧: ଅଯୋଧ୍ୟା ରାମ ମନ୍ଦିରରେ କାଶ୍ମୀର ବ୍ୟକ୍ତିଙ୍କ ନମାଜ ପଢିବାକୁ ଚେଷ୍ଟା। ସୂଚନା ମିଳିବା ମାତ୍ରେ ପୁଲିସ ଓ ପ୍ରଶାସନ ଚିନ୍ତାରେ ପଡିଯାଇଥିଲା। ଯେତେବେଳ ବ୍ୟକ୍ତି ଜଣକ ନମାଜ ପଢିବାକୁ କପଡା ବିଛାଇଥିଲେ, ସେଠାରେ ଥିବା ସୁରକ୍ଷାକର୍ମୀମାନେ ଯୁବକଙ୍କୁ ଧରି ନେଇଥିଲେ। ଏହାପରେ ବ୍ୟକ୍ତି ଜଣକ ପ୍ରତିବାଦ କରି ନାରାବାଜି କରିବା ଆରମ୍ଭ କରିଦେଇଥିଲା। ମିଳିଥିବା ସୂଚନା ଅନୁସାରେ,ରାମ ମନ୍ଦିର ଆସିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଜଣେ କାଶ୍ମୀରର ବ୍ୟକ୍ତି ମନ୍ଦିର ପରିସରରେ ଅନୁପ୍ରବେଶ କରିଥିଲା। ସେ ସିଧା ପଶ୍ଚିମ ପରକୋଟାରେ ପହଁଞ୍ଚି ସେଠାରେ କପଡା ବିଛାଇ ନମାଜ ପଢିବାକୁ ଚେଷ୍ଟା କରିଥିଲା।
ମନ୍ଦିର ପରିସରରେ ମୁତୟନ ସୁରକ୍ଷାକର୍ମୀ ଏହାଦେଖି ତୁରନ୍ତ ଉକ୍ତ ବ୍ୟକ୍ତି ଜଣକୁ ଧରି ନେଇଥିଲେ। ଏହାର ସୂଚନା ପୁଲିସ ଓ ସିଆରପିଏଫ୍, ଏସ୍ଏସ୍ଏଫ୍, ଇଣ୍ଟେଲିଜେନ୍ସ ସହିତ ବାକି ସବୁ ଏଜେନ୍ସିକୁ ଦିଆଯାଇଥିଲା। ତୁରନ୍ତ ସମସ୍ତ ଏଜେନ୍ସିର ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚିଥିଲେ। ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ପଚରା ଉଚରା କରାଯାଉଛି।
ପୁଲିସ ଏସପି ଡକ୍ଟର ଗୌରବ ଗ୍ରୋଭର କହିଛନ୍ତି, ମନ୍ଦିର ପରିସରରୁ ଧରା ପଡିଥିବା ବ୍ୟକ୍ତି ପାଖରୁ ଆଧାର କାର୍ଡ ମିଳିଛି। ସେଥିରେ ତା’ ନାଁ ଅହଦ ଶେଖ ଲେଖାଅଛି। ତା’ର ବୟସ ପ୍ରାୟ ୫୫ବର୍ଷ। ସେ ଶ୍ରୀନଗରରେ ରୁହେ। ସିସିଟିଭି ଫୁଟେଜ ବାହାର କରି ସବୁକିଛିର ଯାଞ୍ଚ କରାଯିବ। ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଏବଂ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୌଣସି ସରକାରୀ ସୂଚନା ଜାରି କରିନାହାଁନ୍ତି। ତଥାପି, ଏହି ଘଟଣା ପରେ, ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଆହୁରି ପଢନ୍ତୁ :ଚଢାଉ ବେଳେ ଅଧିକାରୀଙ୍କଠାରୁ ମମତା ବାନାର୍ଜୀ ଛଡାଇ ନେଇଥିଲେ ପ୍ରମାଣ, I-PAC ମାମଲାରେ ସୁପ୍ରିମକୋର୍ଟରେ ଇଡିର ଅଭିଯୋଗ