କେନ୍ଦୁଝର ସଦର,୨୧ ।୧୨(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଟ ଉଦଘାଟିତ ହୋଯାଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଏସପି କୁସଲକର ନୀତିନ ଦାଗଡୁ, ମୁଖ୍ୟ ବକ୍ତା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ସମ୍ମାନୀତ ଅତିଥି ଏସିଏଫ ସୁଦୀପ୍ତ କୁମାର ପଣ୍ଡା, ବିଶିଷ୍ଠ ବିଜେପି ନେତା ବିଶ୍ବଜିତ ତ୍ରିପାଠୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କମିଟି ସଭାପତି ଜଗନ୍ନାଥ ମୋଦି ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।
ଉଦଘାଟନୀ ମ୍ୟାଚ୍ ରାଖା ଏକାଦଶ ଚକ୍ରଧରପୁର (ଝାଡଖଣ୍ଡ)ଏବଂ ଆଳି ଏକାଦଶ କେନ୍ଦ୍ରାପଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଅଭରରେ ପାଞ୍ଚ ୱିକେଟ୍ ହରାଇ ୨୧୫ ରନ କରିଥିଲା। ଜବାବରେ ଚକ୍ରଧରପୁର ୨୧୬ ରନର ବିଜୟ ଲକ୍ଷକୁ ପିଛା କରି ୧୧.୪ ଅଭରରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ କେନ୍ଦ୍ରାପଡା ୭୨ ରନରେ ବିଜୟ ହୋଇ ଦ୍ଵିତୀୟ ରାଉଣ୍ଡକୁ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ବିଶ୍ଵନାଥ ନାୟକ ୨୭ ବଲରେ ୧୬ ଛକା, ଗୋଟିଏ ଚୌକା ସାହାଯ୍ୟରେ ୧୦୬ କରି ଶତକ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଖେଳରେ ଓମ୍ପାୟାର ଦିବ୍ୟରଞ୍ଜନ ରଣା, ସୁଶାନ୍ତ କୁମାର ପଣ୍ଡା ଖେଳ ପରିଚଳନା କରିଥିବା ବେଳେ ଜାଫ୍ରୁଲା ଆନସାରୀ ଧାରାବିବରଣି ପ୍ରଦାନ କରିଛନ୍ତି। ତରଣି ଲୋହାର, ଆକାଶ ଆରୁକ୍, ମିତ୍ରଭାନୁ ସର୍ଦ୍ଦାର ସ୍କରାର ଦାୟିତ୍ଵ ନିର୍ବାହ କରିଛନ୍ତି।
ଖେଳକୁ ୨୫ ବର୍ଷରେ ପଦାର୍ପଣ କରିଥିବାରୁ ସଂଘ ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି। ଦର୍ଶକଙ୍କ ପାଇଁ ଅସ୍ଥାୟୀ ଦୁଇ ଥାକିଆ ଗ୍ୟାଲେରୀ ମାନ ସାଙ୍ଗକୁ ସାଉଣ୍ଡ ଠାରୁ ଆରମ୍ଭ କରି ମେଲୋଡି ଭଳି ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ୟୁଥ୍ ଆସୋସିଏସନ୍ ସମ୍ପାଦକ ବିଶ୍ଵାମିତ୍ର ମହାନ୍ତ, ଅଧକ୍ଷ ମୋନଜ କୁମାର ମହାନ୍ତ, ନିର୍ଦ୍ଦେଶକ କରୁଣାକର ମାଟିଆ, ମ୍ୟାଚ୍ ରେଫୁରୀ ରାଜେଶ ଆରୁକ, ଉପଦେଷ୍ଟା ସନ୍ତୋଷ କୁମାର ସର୍ଦ୍ଦାର, ପ୍ରସନ୍ନ କୁମାର ସର୍ଦ୍ଦାର , ଲକ୍ଷ୍ମଣ ବେହେରା, କଳ୍ପତରୁ ଆରୁକ ସମେତ କମିଟିର ସମସ୍ତ ସଦସ୍ୟ ବୃନ୍ଦ ଯୋଗ ଦେଇ ଖେଳକୁ ଆଗେଇ ନେଉଛନ୍ତି।