ବ୍ରହ୍ମପୁର, ୧୦/୬ : ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା (କେଏଟିଏସ୍) ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ୍ର ଧାରଣାରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଛାତ୍ର ହେଲେ ସବ୍ୟସାଚୀ ମହାପାତ୍ର। ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।
କଲେଜର ବିଭିନ୍ନ ସମସ୍ୟା ଓ ଶିକ୍ଷକଙ୍କୁ ହଟାଇବା ଦାବିରେ ଆୟୁର୍ବେଦ ମେଡିକାଲ କଲେଜର ଛାତ୍ରଛାତ୍ରୀ ଗତ ୩ ତାରିଖରୁ ଧାରଣାରେ ବସିଥିଲେ। ଦାବି ପୂରଣ ନହେବାରୁ ଗତକାଲି ଠାରୁ ସେମାନେ ଅନଶନ ଆରମ୍ଭ କରିଥିଲେ। ଅନଶନରତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସବ୍ୟସାଚୀ ଆଜି ସକାଳେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।