ପ୍ରମୂଖ ଖବର
  • ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ
  • ||
  • ବାଲେଶ୍ବର ଏଫ୍‌ଏମ୍‌ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା,ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

କେବିସି ୧୭: ପ୍ରଥମ ସପ୍ତାହରେ ଶୋ’କୁ ମିଳିଲେ ପ୍ରଥମ କୋଟିପତି

Published By : Krishna Priya | August 18, 2025 3:13 PM

ମୁମ୍ବାଇ ୧୮/୦୮: ଅମିତାଭ ବଚ୍ଚନଙ୍କ କୁଇଜ୍ ରିଆଲିଟି ଶୋ’ ‘କୌନ୍ ବନେଗା କରୋଡପତି’ ସିଜିନ୍ -୧୭ ପରଦାକୁ ଫେରିଛି। ଶୋ’ର ନୂଆ ସିଜିନ୍ ଅଗଷ୍ଟ ୧୧ ତାରିଖରେ ଆରମ୍ଭ ହୋଇଛି। ଶୋ’ର ପ୍ରଥମ ସପ୍ତାହରେ ଏପରି ଅନେକ ମୁହୂର୍ତ୍ତ ଦେଖିବାକୁ ମିଳିଛି ଯାହା ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି କରିଛି। ଏହି ସିଜିନର ବିଶେଷ କଥା ହେଉଛି କି ପ୍ରଥମ ସପ୍ତାହରେ ହିଁ ଶୋ’କୁ ପ୍ରଥମ କୋଟିପତି ମିଳିଯାଇଛି। ଚ୍ୟାନେଲଟି ସୋସିଆଲ ମିଡିଆରେ ଏହାର ପ୍ରୋମୋ ମଧ୍ୟ ସେୟାର କରିଛି। 

ତେବେ ଶୋ'ର ପ୍ରଥମ କୋଟିପତି ହେଉଛନ୍ତି ଉତ୍ତରାଖଣ୍ଡର ଆଦିତ୍ୟ କୁମାର। ଆଦିତ୍ୟ ଏହି ଶୋ’ର ପ୍ରଥମ କୋଟିପତି। ବିଶେଷ କଥା ହେଉଛି କି ପ୍ରୋମୋରେ ଆଦିତ୍ୟ ୭ କୋଟି ଟଙ୍କାର ଜ୍ୟାକପଟ୍ ପ୍ରଶ୍ନ ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି। ତଥାପି, ସେ ୭ କୋଟି ଟଙ୍କା ଜିତିବେ କି ନାହିଁ ତାହା ଜାଣିବା ପାଇଁ ଆମକୁ ଏପିସୋଡ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ପ୍ରୋମୋ ଦେଖିବା ପରେ, ଲୋକମାନେ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି।

ପ୍ରୋମୋରେ, ଆଦିତ୍ୟ ଅମିତାଭ ବଚ୍ଚନଙ୍କ ସହ କଥା ହେଉଥିବାର ଦେଖାଯାଉଛି। ସେ ତାଙ୍କ କଲେଜ ଦିନକୁ ମନେ ପକାଇ କହୁଛନ୍ତି, 'ମୋର କଲେଜ ସମୟରେ, ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ କହିଥିଲି ଯେ ମୁଁ KBC ପାଇଁ ଚୟନ ହୋଇସାରିଛି ଏବଂ ମୁଁ ଗୋଟିଏ ସପ୍ତାହ ଧରି ଏହି ପ୍ରାଙ୍କ୍ କରିଥିଲି। ଯେତେବେଳେ ମୁଁ ସେମାନଙ୍କୁ କହିଲି ଯେ KBC ଟିମ୍‌ ଗୋଟିଏ ସପ୍ତାହ ମଧ୍ୟରେ ଭିଡିଓ ସୁଟିଂ କରିବାକୁ ଆସିବ, ସମସ୍ତେ ପ୍ରସ୍ତୁତ ହୋଇଗଲେ। କିଏ ନୂଆ ପ୍ୟାଣ୍ଟ ତିଆରି କଲେ ତ ଆଉ କିଏ ନୂଆ ସାର୍ଟ । ଗୋଟିଏ ସପ୍ତାହ ପରେ, ଯେତେବେଳେ ସେମାନେ ମୋତେ ପଚାରିଲେ ଯେ କେହି କାହିଁକି ଆସିଲେ ନାହିଁ, ମୁଁ ସେମାନଙ୍କୁ କହିଲି ଯେ ମୁଁ ମଜା କରୁଛି। ହେଲେ ଏଥର ଯେତେବେଳେ ମୋତେ ଫୋନ୍‌ ଆସିଲା, କେହି ବିଶ୍ୱାସ କଲେ ନାହିଁ। ମୁଁ ସେମାନଙ୍କୁ ମେସେଜ୍ ଦେଖାଇବା ପରେ ସେମାନେ ବିଶ୍ୱାସ କଲେ ଆଉ କହିଲେ ଇଏ ତ ସତରେ ପହଞ୍ଚିଯାଇଛି।'

ଏହା ପରେ ଅମିତାଭ ବଚ୍ଚନ କହିଛନ୍ତି- 'ତୁମେ କେବଳ ପହଞ୍ଚି ନାହଁ, ବହୁତ ଉପରେ ପହଞ୍ଚିଛ।' ଆଦିତ୍ୟ କହୁଛନ୍ତି ଯେ ସାର୍ ମୁଁ ବିଶ୍ୱାସ କରିପାରୁନାହିଁ। ଏହା ଉପରେ ବିଗ୍ ବି କହୁଛନ୍ତି ଯେ ତୁମେ ଉପର ପର୍ଯ୍ୟନ୍ତ ଯିବ …ସାତ କୋଟି । ଏହା ପରେ ଆଦିତ୍ୟ ୭ କୋଟିର ପ୍ରଶ୍ନ ଖେଳି ରିସ୍କନେବାକୁ ଯାଉଛନ୍ତି। ଏବେ ଦେଖିବା ବାକି ଅଛି ଯେ ସେ ଜିତିପାରିବେ କି ନାହିଁ।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.