ଭୁବନେଶ୍ୱର, ୩୧/୦୩: ରାଜଧାନୀରେ ପୁଣି ଆତଙ୍କ ଖେଳାଇଛନ୍ତି କେବିଏନ୍ ଗ୍ୟାଙ୍ଗ । ଗାଡି ସାଇଟ୍ କରିବାରେ ବିଳମ୍ବ ଯୋଗଁ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଛନ୍ତି । ଏମିତି ସଂଘାତିକ ଘଟଣା ଘଟିଛି ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ । ଅଭିଯୋଗ ପାଇ କ୍ୟାପିଟାଲ ଥାନା ପୁଲିସ୍ ତନାଘନା ଆରମ୍ଭ କରିଛି । ଏହି
ସୁଧାଂଶୁ କରଙ୍କ ଘର କେନ୍ଦ୍ରାପଡ଼ାରେ । ସେ ୟୁନିଟ୍-୨ରେ କ୍ୱାର୍ଟର୍ସ ନମ୍ବର ୨ଆରଏ/୨୮ରେ ପରିବାର ସହ ରହୁଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୯ ଟାରେ ଶ୍ରୀ କର, ତାଙ୍କ ପତ୍ନୀ ଓ ପିଲାଙ୍କୁ ନେଇ ଏୟାରପୋର୍ଟରୁ ବାହାରି କ୍ୱାର୍ଟର୍ସକୁ ଆସୁଥିଲେ । ରବିବାର ଥିବାରୁ ମାର୍କେଟ୍ ବିଲ୍ଡିଂର ପଛ ରାସ୍ତା ଜାମ୍ ଥିଲା । ଶ୍ରୀ କର ରାସ୍ତାର ବାମ ପଟେ ଗାଡି ରଖିଥିଲେ । ଏହି ସମୟରେ ଏକ କାର୍ (ଓଡି୩୩ଏକ୍ୟୁ ୯୮୯୮) ଭିତରେ ଥିଲେ ୫ରୁ ଅଧିକ ଯୁବକ । ଶ୍ରୀ କରଙ୍କୁ କହିଥିଲେ ତମେ କାର୍ ପଛକୁ ଦିଅ । ଆମେ ଯିବୁ । ଶ୍ରୀ କର କହିଥିଲେ ପଛକୁ ପଛ ଗାଡି ଲମ୍ବିଛି । ଟିକେ ରୁହ ... । ଏମିତିରେ କେବିଏନ୍ ଗ୍ୟାଙ୍ଗର ଜଣେ ଯୁବକ କାର୍ ଓହ୍ଲାଇ ଆସିଥିଲା । ଶ୍ରୀ କର ଓ ତାଙ୍କ ପରିବାର ଲୋକଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିଥିଲା । ଶ୍ରୀ କର ଏହାର ପ୍ରତିବାଦ କରିଥିଲେ ଏତିକିରେ ଉକ୍ତ ଗ୍ୟାଙ୍ଗ୍ର ଜଣେ ଯୁବକ ଅଣ୍ଟାରୁ ବନ୍ଧୁକ ବାହାର କରି ଶ୍ରୀ କରଙ୍କ ମୁଣ୍ଡରେ ବନ୍ଧୁକ ଲାଗାଇ ଦେଇଥିଲେ । ଏହା ଦେଖି ଉକ୍ତ ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକ ପୁଲିସ୍କୁ ଫୋନ୍ କରିଥିଲେ । ପୁଲିସ୍ ଆସିବା ଆଗରୁ କେବିଏନ୍ ଗ୍ୟାଙ୍ଗ୍ର ସଦସ୍ୟମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଶ୍ରୀ କର ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ :- ପାର୍କିଂ ଅଟୋରୁ ମିଳିଲା ନବଜାତ ଶିଶୁପୁତ୍ର, ଅଟୋରେ କିଏ ଛାଡ଼ି ଚାଲିଗଲା ପିଲା ?