ନୁଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ଶୁଭ ଅବସରରେ ବାବା କେଦାରନାଥଙ୍କ ଧାମ ଖୋଲିବାର ତାରିଖ ଘୋଷଣା କରାଯାଇଛି। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକାଦଶ ଜ୍ୟୋତିର୍ଲିଙ୍ଗ ଭାବେ ମାନ୍ୟତା ରଖିଥିବା କେଦାରନାଥ ଧାମ ଆସନ୍ତା ମେ ମାସ ୨ ତାରିଖ ଦିନ ସଖାଳ ୭ଟା ସମୟରେ ଖୋଲାଯିବ। ଏହାପରେ ସାଧାରଣ ଦର୍ଶନ ଆରମ୍ଭ କରାଯିବ ବୋଲି ମନ୍ଦିର କତ୍ତୃପକ୍ଷ ଘୋଷଣା କରିଛନ୍ତି। ଏନେଇ ବୁଧବାର ଓଁକାରେଶ୍ୱରର ଉଖିମଠ ଠାରେ ତାରିଖ ଘୋଷଣା କରାଯାଇଥିଲା। ଆସନ୍ତା ଏପ୍ରିଲ ୨୭ ତାରିଖରେ ଭଗବାନ ଭୈରବନାଥଙ୍କ ପୂଜା ଆରମ୍ଭ କରାଯିବ ଓ ଏପ୍ରିଲ ୨୮ ତାରିଖରୁ ଉଖିମଠରୁ ବାବା କେଦାରନାଥଙ୍କ ପଞ୍ଚମୁଖି ଦୋଳି ବାହାରିବ। ଆଉ ଏହାପରେ ମନ୍ଦିର ଖୋଲାଯିବାର ପ୍ରକିୟା ଆରମ୍ଭ କରାଯିବ ବୋଲି ଜଣାପଡିଛି। 

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମନ୍ଦିର ଖୋଲାଯିବାକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଭଗବାନଙ୍କ ଦ୍ୱାରଫିଟା ସହ ବାବାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ସୁବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗତବର୍ଷ ଆସିଥିବା ଭକ୍ତ ଓ ସେମାନଙ୍କ ଆବଶ୍ୟକତାକୁ ଲକ୍ଷ୍ୟ କରି ସରକାର ଚଳିତ ବର୍ଷ ଏହାର ଧ୍ୟାନ ରଖିଛନ୍ତି। ଆସନ୍ତା ୨ ତାରିଖଠୁ ଭକ୍ତମାନେ ଦର୍ଶନ କରିବାକୁ ଆସିପାରିବେ ବୋଲି ସେ କହିଛନ୍ତି। ଏହା ସହ ଦର୍ଶନ ବ୍ୟବସ୍ଥାକୁ ଅତ୍ୟନ୍ତ ସୁଗମ କରିବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 




ହିନ୍ଦୁ ଶାସ୍ତ୍ରରେ ରହିଥିବା ନିୟମାନୁଯାୟି ବୈଶାଖ ମାସରେ ବାବା କେଦାରନାଥଙ୍କ ମନ୍ଦିର ଖାଲାଯାଇଥାଏ। ପ୍ରଥମେ ଭୈରବନାଥ ମନ୍ଦିରରେ ପୂଜାର୍ଚ୍ଚମା କରାଯିବାପରେ ଉଖିମଠରୁ ପଞ୍ଚମୁଖି ଦୋଳି ମନ୍ଦିର ଅଭିମୁଖେ ବାହାରିଥାଏ। ଦୋଳି ବାବା କେଦାରନାଥ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିରର ଦ୍ୱାର ଖୋଲାଯାଇଥାଏ। ବାବଙ୍କ ଦର୍ଶନ କରିବାକୁ ସମଗ୍ର ଦେଶର ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଦୀର୍ଘ ୬ ମାସରୁ ଅଧିକ ସମୟ ହେବ ଅପେକ୍ଷା କରିଛନ୍ତି। 

ବଦ୍ରିନାଥ ଓ କେଦାରନାଥ ମନ୍ଦିରର ସିଇଓ ବିଜୟ ପ୍ରସାଦ ଥାପ୍ଲିୟାଲ ଏନେଇ ତାରିଖ ଘୋଷଣା କରିବା ସହ ସମସ୍ତ ପ୍ରକ୍ରିୟା ସମୟରେ ସମାପନ ହେବ ବୋଲି ଘୋଷଣା କରିଛନ୍ତି। ପଞ୍ଚମୁଖି ଦୋଳି ବାବାଙ୍କ ଆସ୍ଥାନରେ ପହଞ୍ଚିବା ପରେ ଭକ୍ତମାନେ ବିନା ଦ୍ୱଧାରେ ଦର୍ଶ କରିପାରିବେ ବୋଲି ସେ କହିଛନ୍ତି।