ଭୁବନେଶ୍ଵର, ୦୭/୦୭ : ସ୍ମାର୍ଟ ଯୁଗରେ ମୋବାଇଲ୍ ଫୋନ୍ ଉପରେ ବଢିଛି ନିର୍ଭରତା। ଏଣ୍ଟ୍ରି ମାରିଛି ପାୱାର ବ୍ୟାଙ୍କ। କୌଣସି ସ୍ଥାନକୁ ଯାତ୍ରା କରୁଥିଲେ କିମ୍ଵା ବୁଲିବାକୁ ଗଲେ ଆଗେ ଖୋଜାପଡ଼େ ପାୱାର ବ୍ୟାଙ୍କ। ଏବେ ଅଧିକାଂଶ ମୋବାଇଲ୍ର ବ୍ୟାଟେରୀ ପାୱାର ବଢିଥିଲେ ବି ପାୱାର ବ୍ୟାଙ୍କ ଉପରୁ କମେଇ ପାରିନି ନିର୍ଭରତା। ତେବେ ଆପଣ ବି ପାୱାର ବ୍ୟାଙ୍କ କିଣିବାକୁ ଯୋଜନା କରୁଛନ୍ତି କି ? ତାହେଲେ କିଣିବା ପୂର୍ବରୁ ଏହି ସବୁ ଦିଗ ଉପରେ ଦିଅନ୍ତୁ ଧ୍ୟାନ। ନହେଲେ ଖରାପ ହୋଇଯିବ ଫୋନ୍।
ଅଧିକ କ୍ଷମତା ଥିବା ପାୱାର ବ୍ୟାଙ୍କ କିଣନ୍ତୁ-ମୋବାଇଲ୍ ଠାରୁ ଅଢେଇ ଗୁଣା ଅଧିକ କ୍ଷମତା ବାଲା ପାୱାର ବ୍ୟାଙ୍କ କିଣନ୍ତୁ। ଏହାଦ୍ଵାରା ଶୀଘ୍ର ମୋବାଇଲ୍ ଚାର୍ଜ ହେବ। ଏହା ସହ ପାୱାର ବ୍ୟାଙ୍କର ବ୍ୟାଟେରୀ ବି ଅଧିକ ଦିନ ଯାଏଁ ଚାଲିବ। ଥରେ ପାୱାର ବ୍ୟାଙ୍କ ଚାର୍ଜ କଲେ ଏକାଧିକ ଥର ମୋବାଇଲ୍ ଚାର୍ଜ କରିପାରିବେ। ଅତି କମ୍ରେ ୧୦ ହଜାର ଏମଏଏଚ୍ର କ୍ଷମତା ଥିବା ପାୱାର ବ୍ୟାଙ୍କ କିଣନ୍ତୁ।
ୟୁଏସବି ଚାର୍ଜିଂ- ପାୱାର ବ୍ୟାଙ୍କ କିଣିବା ସମୟରେ ବ୍ୟାଟେରୀ କ୍ଷମତା ସହ ୟୁଏସବି ଚାର୍ଜିଂ ଯାଞ୍ଚ କରନ୍ତୁ। କାରଣ କେତେକ ପାୱାର ବ୍ୟାଙ୍କ କେବଳ ଅରିଜିନାଲ୍ ୟୁଏସବି କେବୁଲରେ କାମ କରେ। ଏହାଦ୍ଵାରା ଆପଣଙ୍କୁ ମୋବାଇଲ୍ ଫୋନ ଚାର୍ଜ କରିବାରେ ଅସୁବିଧା ହେବ।
ଡିଭାଇସ୍ ସଂଖ୍ୟା ଦେଖି କିଣନ୍ତୁ- ଏବେ ଲୋକଙ୍କ ପାଖରେ ଏକାଧିକ ସ୍ମାର୍ଟଫୋନ୍ ରହୁଛି। ତେଣୁ ଡିଭାଇସ୍ ସଂଖ୍ୟା ଦେଖି ପାୱାର ବ୍ୟାଙ୍କ କିଣନ୍ତୁ।
ଆଉଟପୁଟ୍ ଭୋଲ୍ଟେଜ୍- ପାୱାର ବ୍ୟାଙ୍କର ଆଉଟପୁଟ୍ ଭୋଲ୍ଟେଜ୍ ମୋବାଇଲ୍ର ଆଉଟପୁଟ୍ ଭୋଲ୍ଟେଜ୍ ବରାବର ନହେଲେ ଫୋନ୍ ଚାର୍ଜ ହେବନି।