ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ କିର୍ତ୍ତୀ ସୁରେଶ! ଏହି ଦିନ କରିପାରନ୍ତି ବିବାହ

Published By : Anindita Ratha | November 20, 2024 2:09 PM

ମୁମ୍ବାଇ,୨୦/୧୧: ସାଉଥ ଲୋକପ୍ରିୟ ଅଭିନେତ୍ରୀ କିର୍ତ୍ତୀ ସୁରେଶ । ଦୀର୍ଘ ଦିନର ପ୍ରେମିକ ଆଣ୍ଟୋନି ଥାଟିଲଙ୍କୁ କରିବାକୁ ଯାଉଛନ୍ତି ବିବାହ । ତେବେ ଏନେଇ ଅଭିନେତ୍ରୀ କୌଣସି ଅଫିସିଆଲ ଘୋଷଣା କରିନାହାଁନ୍ତି। ତେବେ କିର୍ତ୍ତୀ ସୁରେଶ ଏବଂ ଆଣ୍ଟୋନି ଦୀର୍ଘ ୧୫ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ।

ସୂଚନା ଅନୁଯାୟୀ, କିର୍ତ୍ତୀ ସୁରେଶ ଯେଉଁ ସମୟରେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ସେହି ସମୟରେ ଆଣ୍ଟୋନି କୋଚିରେ ଗ୍ରାଜୁଏସନ କରୁଥିଲେ। ଉଭୟ ଯୁବା ଅବସ୍ଥାରେ ସାକ୍ଷାତ ହୋଇଥିଲେ । ବର୍ତ୍ତମାନ ଆଣ୍ଟୋନି ଦୁବାଇରେ ଥିବା ବେଳେ ସେ ପେସାରେ ଜଣେ ବ୍ୟବସାୟୀ ।  ଇନଷ୍ଟାଗ୍ରାମରେ ଆଣ୍ଟୋନି ଥାଟିଲଙ୍କର ୫୪୮ ଫୋଲର୍ସ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ କିର୍ତ୍ତୀଙ୍କ ନାମ ସଂଗୀତଜ୍ଞ ଅନୁରୁଦ୍ଧ ରବିଚାନ୍ଦଙ୍କ ସହ ଜଡିତ ଥିଲା, କିନ୍ତୁ କିର୍ତ୍ତୀଙ୍କ ପିତା ତଥା ନିର୍ମାତା ସୁରେଶ କୁମାର ଏହି ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ- ଏଥିରେ କୌଣସି ସତ୍ୟତା ନାହିଁ, ସମସ୍ତ ରିପୋର୍ଟ ଭୁଲ ଅଟେ । ସେ କହିଥିଲେ ଯେ ଅନିରୁଦ୍ଧ ଏବଂ କିର୍ତ୍ତୀ କେବଳ ଭଲ ବନ୍ଧୁ ।ଆଉ ଏବେକୀର୍ତ୍ତି ବିବାହ କରିବାକୁ ଯାଉଥିବା ଖବର ଆସିଛି ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିର୍ତ୍ତୀ ସୁରେଶ ଆସନ୍ତା ଡିସେମ୍ବର ୧୧ କିମ୍ବା ୧୨ରେ ବିବାହ କରିପାରନ୍ତି। ଏହି କପଲଙ୍କ ଏକ ଡେଷ୍ଟିନେସନ ବିବାହ ହେବ ଯେଉଁଥିରେ ସେମାନଙ୍କର ବିଶେଷ ବନ୍ଧୁ, ପରିବାର ଏବଂ ଘନିଷ୍ଠ ବ୍ୟକ୍ତିମାନେ ଯୋଗଦେବେ ବୋଲି ଜଣାପଡିଛି । କିର୍ତ୍ତୀ ଖୁବଶୀଘ୍ର ଏହାର ଅଫିସିଆଲ୍ ଘୋଷଣା କରିପାରନ୍ତି । ଏହି କପଲ ନିଜ ସମ୍ପର୍କକୁ ସର୍ବସାଧାରଣରେ ପ୍ରକାଶ କରିନଥିବା ବେଳେ ଏହାକୁ ସର୍ବଦା ଲାଇମଲାଇଟ୍ ଠାରୁ ଦୂରରେ ରଖିଥାନ୍ତି। ପ୍ରକାଶ ଥାଉକି, କିର୍ତ୍ତୀ ସୁରେଶଙ୍କୁ ସୁମନ କୁମାରଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର 'ରଘୁ ଥାଥା'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ କୀର୍ତ୍ତିଙ୍କୁ ବରୁଣ ଧୱନଙ୍କ 'ବେବି ଜନ୍' ରେ ଦେଖିବାକୁ ମିଳିବ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.