ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ୩ଟି ତାଲିକା ଜାରି କରିଛି। ଏଥିରେ ଆଣ୍ଟି ଇନକମ୍ୱେନ୍ସିରୁ ବର୍ତ୍ତିବା ପାଇଁ ଅନେକ ବିଧାୟକଙ୍କ ଟିକେଟ୍‌ କାଟି ଦିଆ ଯାଇଥିବା ବେଳେ ଆଉ କିଛି ବିଧାୟକଙ୍କ ସିଟ୍‌କୁ ବଦଳାଇ ଦିଆ ଯାଇଛି। ସିଟ୍‌ ବଦଳିବା ତାଲିକାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ମଧ୍ୟ ସାମିଲ ରହିଛି। ଏହି ପଦକ୍ଷେପ କାହିଁକି ନିଆଗଲା, କେଜ୍ରିୱାଲ ଏହାର ଜବାବ ଦେଇଛନ୍ତି। ଏହାସହ ଏହା ମଧ୍ୟ କହି ଦେଇଛନ୍ତି କି, ସେ ନିଜେ କେଉଁ ସିଟ୍‌କୁ ନିର୍ବାଚନ ଲଢିବେ ଏବଂ ଆତିଶୀଙ୍କ ସିଟ୍‌ ମଧ୍ୟ କଣ ବଦଳି ଯିବ।

ଆଜତକ୍‌ର ଏକ କାର୍ଯ୍ୟକ୍ରମରେ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ସେ ଓ ଆତିଶୀ ସେହି ସିଟ୍‌ରୁ ନିର୍ବାଚନ ଲଢିବେ, ଯେଉଁଠାରୁ ସେ ବିଧାୟକ ଅଛନ୍ତି। ତାଙ୍କ ସିଟ୍‌ରେ କୌଣସି ପରିବର୍ତ୍ତନ କରାଯିବା ନାହିଁ। ଅର୍ଥାତ୍‌ ୨୦୨୫ର ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ ନୂଆ ଦିଲ୍ଲୀ ଓ ଆତିଶୀ କାଲକାଜିରୁ ହିଁ ନିର୍ବାଚନ ଲଢିବେ। 

 ମନୀଷ ସିସୋଦିଆଙ୍କ ସିଟ୍‌ କାହିଁକି ବଦଳି ଗଲା ଏବଂ ଅବଧ ଓଝାଙ୍କୁ କାହିଁକି ଦିଆ ଯାଇଛି ? ଏହାର କେଜ୍ରିୱାଲ ଜବାବ ଦେଇଛନ୍ତି କି ଅବଧ ଓଝାଙ୍କୁ ସେ ନୁହେଁ ବରଂ ମନୀଷ ସିସୋଦିଆ ଆଣିଥିଲେ ଏବଂ ମନୀଷ ସିସୋଦିଆ ହିଁ ନିଜେ ତାଙ୍କ ସିଟ୍‌ ଦେଇଛନ୍ତି।