କେନ୍ଦ୍ରାପଡ଼ା, ୨୦/୧୦ : କେନ୍ଦ୍ରାପଡା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟରେ ପିଲାମାନଙ୍କ ଗହଣରେ ଦୀପାବଳି ପାଳନ କଲେ ଜିଲ୍ଲାପାଳ ରଘୁରାମ୍ ଆର୍ ଆୟାର। ଜିଲ୍ଲାପାଳ ଦୀପ ପ୍ରଜ୍ଜ୍ଵଳନ କରି ଦୀପାବଳି ପାଳନର ମହତ୍ତ୍ୱ ବିଷୟରେ ଆଲୋଚନା କରିବା ସହ ଅଜ୍ଞାନ ରୂପକ ଅମା ଅନ୍ଧକାରରୁ ଜ୍ଞାନରେ ଆଲୋକିତ କରି ସମାଜରେ ସୁଖ ଶାନ୍ତି ଭରି ଦେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୬୦ ଜଣ ଦୃଷ୍ଟିବାଧିତ, ମାନସିକ ଅନଗ୍ରସର ଓ ଶ୍ରବଣ ବାଧିତ ଛାତ୍ରମାନଙ୍କୁ ଜିଲ୍ଲାପାଳ ମିଠା, ବାଣ ଓ ଶିକ୍ଷା ଉପକରଣ ବାଣ୍ଟିଥିଲେ।
ପ୍ରଧାନ ଶିକ୍ଷକ ସ୍ୱପ୍ନାଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଯୋଗ ଦେଇ ଦୀପାବଳି ସମସ୍ତଙ୍କ ଭବିଷ୍ୟତ ଉଜ୍ଜଳ କରୁ ବୋଲି କାମନା କରିଥିଲେ। ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସ, ଅରୁଣ କୁମାର ବେହେରା, ବଟକୃଷ୍ଣ ବାରିକ୍, ସୋନାଲିକା ସ୍ୱାଇଁ, ଭରତ କୁମାର ସାହୁ ସସ୍ମିତା ରାଉତ, ସୁକାନ୍ତ କର, ସେକ୍ ସୁଦିନ, ସୌରି ସେଠି, ଅରୁଣ କୁମାର ଦାସ, ମହେନ୍ଦ୍ର ସିଂହ, ମାନିନୀ ବେହେରା, ମନୋଜ ବେହେରା, ଗୀତାଞ୍ଜଳି ଦାସ ପ୍ରମୁଖ ସହଯୋଗ କରିଥିଲେ। କଜଳ ସ୍ଥିତ ନିମାଇଁ ଚରଣ ମାନସିକ ଅନଗ୍ରସର ବିଦ୍ୟାଳୟ, ଦଧିବାମନ ଜୀଉ ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।