କେନ୍ଦୁଝର,୨୦।୭ : ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫଓ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ। ଅନୁଗୁଳ, ନୟାଗଡ଼ ଓ କେନ୍ଦୁଝର ସମେତ ୭ଟି ଠିକଣାରେ ଭିଜିଲାନସ୍ ଚିମର ଚଢ଼ାଉ । ଏଥିରେ ୩ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ୨ଜଣ କର୍ମଚାରୀ ସାମିଲ୍ ହୋଇଛନ୍ତି l
ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଡିଏଫ୍ଓ ଜଣଙ୍କ ଏପର୍ଯ୍ୟନ୍ତ ୧୧୫ଟି ପ୍ଲଟ୍ କିଣିଛନ୍ତି । ସମସ୍ତ ପ୍ଲଟ୍ ଗୁଡ଼ିକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କିଣିଥିବା ଜଣାପଡିଛି । ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଫରେଷ୍ଟ ଡିଭିଜନରେ ଫରେଷ୍ଟ ରେଞ୍ଜର ଅଫିସର ଭାବେ କାର୍ଯ୍ୟରତ ଥିବା ସମୟରେ ୨ଟି ପ୍ଲଟ୍ କିଣିଥିଲେ । ସେହିପରି ନୂଆପଡା ଜିଲ୍ଲା ଖରିଆର ଫରେଷ୍ଟ ଡିଭିଜନରେ ଫରେଷ୍ଟ ରେଞ୍ଜର ଅଫିସର ଥିବା ସମୟରେ ୬୪ଟି ପ୍ଲଟ୍ କିଣିଛନ୍ତି । ଖରିଆର ଏବଂ ରାୟଗଡା ଫରେଷ୍ଟ ଡିଭିଜନରେ ଆସିଷ୍ଟାଣ୍ଟ କନଜରଭେଟର ଥିବା ବେଳେ ୩୯ଟି ପ୍ଲଟ୍ କିଣିଥିଲେ । ଭୁବନେଶ୍ବର ଓ୍ବାଇଲ୍ଡ ଲାଇଫ୍ ପିସିସିଏଫ୍ ଡେପୁଟି କନଜରଭେଟର ଥିବା ସମୟରେ ୮ଟି ପ୍ଲଟ୍ କିଣିଥିବା ବେଳେ କେନ୍ଦୁଝର କେନ୍ଦୁଲିଫ୍ ଡିଏଫ୍ଓ ରହିଥିବା ସମୟରେ ୨ଟି ପ୍ଲଟ୍ କିଣିଥିଲେ ।