ପ୍ରମୂଖ ଖବର
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ପଣସ ଖାଇ ମଦୁଆ ମଦୁଆ ବାସିଲେ, ବ୍ରେଥ୍ ଆନାଲାଇଜର ପରୀକ୍ଷାରେ ଫସିଲେ

Published By : Rasmita Pradhan | July 26, 2025 12:45 PM

ନୂଆଦିଲ୍ଲୀ, ୨୬/୦୭ : ପଣସ ଖାଇ ମଦୁଆ ମଦୁଆ ବାସିଲେ। ବ୍ରେଥ୍ ଆନାଲାଇଜର ପରୀକ୍ଷାରେ ଫସିଲେ। ଡ୍ରାଇଭର ପିଇ ନଥିଲେ ମଦ ହେଲେ ଫସାଇଦେଲା ପାଚିଲା ପଣସ। ଦେଖୁ ଦେଖୁ ବଢିଗଲା ମିଟର ରିଡିଂ। କାବା ହୋଇଗଲେ ଅଧିକାରୀ। କେରଳରେ ଘଟିଛି ଏଭଳି ଅଜବ ଘଟଣା। ପାଚିଲା ପଣସ ଖାଇ ହଟହଟା ହୋଇଛନ୍ତି ୩ ଡ୍ରାଇଭର୍। 

ଘଟଣାଟି ହେଉଛି ପଠାନମଥିଟ୍ଟାର। ଏଠାରେ ସରକାରୀ ବସ୍ ଚଲାଉଥିବା ଜଣେ ଡ୍ରାଇଭର୍ ଘରୁ ପାଚିଲା ପଣସ ଧରି ଡିପୋକୁ ଆସିଥିଲେ। ସାଥୀମାନଙ୍କ ସହ ବାଣ୍ଟି ମିଶି ଖୁସି ମନରେ ପାଚିଲା ପଣସ ଖାଇଥିଲେ। ପଣସ ପାର୍ଟି ପରେ ଡ୍ରାଇଭର୍ ଜଣଙ୍କ ବସ୍ ଧରି ଗନ୍ତବ୍ୟସ୍ଥଳକୁ ବାହାରିଲେ। ଏହା ପୂର୍ବରୁ ତାଙ୍କର ବ୍ରେଥ୍ ଆନାଲାଇଜରରେ ଟେଷ୍ଟ ହେଲା। ଏହି ପରୀକ୍ଷାରେ ସେ ଫେଲ୍ ମାରିଥିଲେ। ଦେଖୁ ଦେଖୁ ମିଟର ରିଡିଂ ୦ ରୁ ୧୦ ଯାଏଁ ବଢିଗଲା। ଡ୍ରାଇଭର୍‌ ଜଣଙ୍କ ମଦ ପିଇ ଆସିଥିବା ଅଧିକାରୀ କହିଲେ। କିନ୍ତୁ ଡ୍ରାଇଭର୍ ଜଣଙ୍କ ମାନିବାକୁ ନାରାଜ୍। ତାଙ୍କ କଥାର ସତ୍ୟତା ଯାଞ୍ଚ ପାଇଁ ଅନ୍ୟ ଡ୍ରାଇଭର୍‌ଙ୍କର ଟେଷ୍ଟ ବି ହେଲା। ସେମାନେ ମଧ୍ୟ ମିଟର ରିଡିଂରେ ଫେଲ୍ ମାରିଥିଲେ। ବୁଝୁ ବୁଝୁ ଜଣାପଡ଼ିଲା ଏମାନେ କିଛି ସମୟ ଆଗରୁ ପଣସ ଖାଇଥିଲେ। ହେଲେ ଅଧିକାରୀଙ୍କ ମନରେ ବି ଗୁଡ଼ାଏ ପ୍ରଶ୍ନ। କଣ ପଣସ ଖାଇଲେ ସତରେ ନିଶା ହୁଏ ? ଏହାର ସତ୍ୟତା ଯାଞ୍ଚ ପାଇଁ ଅଧିକାରୀ ନିଜେ ପଣସ ଖାଇ ମିଟର ରିଡିଂ କରିଥିଲେ। ସତକୁ ସତ ମିଟର କଣ୍ଟା ଉପରକୁ ଉଠିଗଲା। ଏଥିରୁ ଜଣା ପଡ଼ିଲା ମଦ ତ ଖାଲି ନାଁକୁ ବଦନାମ୍... ପ୍ରକୃତ ଦୋଷୀ ତ ଏଠି ପଣସ। 

ଏହି ଘଟଣା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ... କଣ ସତରେ ପଣସ ଖାଇବା ପରେ ନିଶା ହୁଏ ? ଏନେଇ କଣ କହୁଛନ୍ତି ବିଶେଷଜ୍ଞ ?

ବିଶେଷଜ୍ଞଙ୍କ ଅନୁଯାୟୀ, ଥେନବରିକା କିସମର ପଣସକୁ ହନି ପଣସ କୁହାଯାଏ। ଏହା ଅତ୍ୟନ୍ତ ମିଠା କିସମର। ଏହାର ସ୍ଵାଦ ମହୁ ଭଳି। ଯାହାକି ଦୀର୍ଘ ସମୟ ପର୍ଯ୍ୟନ୍ତ ବାସ୍ନା ହୁଏ। ଅଧିକ ପାଚିଲା ପଣସ ନାଚୁରାଲ୍ ଫର୍ମେଣ୍ଟେସନ ଯୋଗୁଁ ଇଥାନଲ୍ ତିଆରି କରେ। ଯାହାକି ବ୍ରେଥ୍ ଆନାଲାଇଜରରେ ଭୁଲ୍ ରିଡିଂ ଦେଖାଏ। ଖାଲି ପଣସ ନୁହେଁ, କଦଳୀ, ଆମ୍ଵ, ଡ୍ୟୁରିଏନ ଭଳି ଫଳ ମଧ୍ୟ ଇଥାନଲ୍ ଉତ୍ପନ କରନ୍ତି। ଏହାକୁ ଖାଇ ବ୍ରେଥ୍ ଆନାଲାଇଜରରେ ପରୀକ୍ଷା କଲେ ଭୁଲ୍ ରିଡିଂ ଦେଖାଏ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.