ନୂଆଦିଲ୍ଲୀ, ୧୮/୦୫ : କେରଳମ୍‌ରେ ସତୀଶନ୍ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭି.ଡି ସତୀଶନ୍। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସତୀଶନଙ୍କ ସହ ୨୦ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ତିରୁଅନନ୍ତପୁରମ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ସତୀଶନ୍ ମାଲୟାଲମରେ ଶପଥ ନେଇଛନ୍ତି। ଦୀର୍ଘ ୬୦ ବର୍ଷ ପରେ ପୁରା କ୍ୟାବିନେଟ୍ ଏକା ସାଙ୍ଗରେ ଶପଥ ପାଠ କରିଛନ୍ତି। ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ଅଛନ୍ତି।

କେରଳମ୍ ବିଧାନସଭା ନିର୍ବାଚନରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ(ୟୁଡିଏଫ୍)ର ପ୍ରଚଣ୍ଡ ବିଜୟ ପରେ ରାଜ୍ୟରେ ନୂଆ ସରକାର ଗଠନ କରିଛି।  ଆଜି ସକାଳ ୧୦ଟାରେ କଂଗ୍ରେସ ନେତା ଭିଡି ସତୀଶନ୍  ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତିରୁୱନନ୍ତପୁରମ୍ ସେଣ୍ଟ୍ରାଲ ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଦୀର୍ଘ ୬୦ ବର୍ଷ ପରେ ୟୁଡିଏଫ୍‌ର ପୁରା ମନ୍ତ୍ରିମଣ୍ଡଳ ଏକାଠି ଶପଥ ନେଇଛନ୍ତି । କଂଗ୍ରେସ ପକ୍ଷରୁ ଭି.ଡି ସତୀଶନ୍, ରମେଶ ଚେନ୍ନିଥଲା, କେ ମୂରଲୀଧରନ୍, ସନି ଜୋସେଫ, ବିନ୍ଦୁ କୃଷ୍ଣା, ଏପି ଅନୀଲ କୁମାର, ପିସି ବିଷ୍ଣୁନାଥ, ଏମ ଲିଜୁ, ରୋଜି ଏମ ଜନ୍, ଟି ସିଦ୍ଦିକ, ଓଜେ ଜନୀଶ, କେଏ ତୁଲସୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଆଇୟୁଏମ୍ଏଲ ପକ୍ଷରୁ ପିକେ କୁନହାଲିକୁଟ୍ଟି, ପିକେ ବସିର, ଏନ୍ ଶାମସୁଦ୍ଦିନ, କେଏମ୍ ଶାଜି, ଭିଇ ଅବଦୁଲ ଗଫୁର ମନ୍ତ୍ରୀ ହୋଇଛନ୍ତି । କେରଳମ୍‌ କଂଗ୍ରେସର ମନ୍ସ ଜୋସେଫ, ଆରଏସପିରୁ ଶିବୁ ବେବି ଜନ୍, କେରଳ କଂଗ୍ରେସ (ଜ୍ୟାକବ୍) ରୁ ଅନୁପ ଜ୍ୟାକବ, ସିଏମ୍ପିରୁ ସିପି ଜନଙ୍କୁ ମନ୍ତ୍ରୀ ପଦ ମିଳିଛି । ସେହିପରି ବରିଷ୍ଠ ବିଧାୟକ ତିରୁଭାଞ୍ଚୁର ରାଧାକ୍ରିଷ୍ଣନ ବିଧାନସଭାର ବାଚସ୍ପତି ହେବେ। ଶନିମୋଲ ଉସମାନ ଉପବାଚସ୍ପତି ଭାବେ କାର୍ଯ୍ୟ କରିବେ।..

ଏହି ଖବରଟିକୁ ପଢନ୍ତୁ- Train Fire: ଭାବୁଆ-ସାସାରାମ ପାଟନା ଇଣ୍ଟରସିଟିରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବିକଳରେ ଟ୍ରେନ୍‌ରୁ ଡେଇଁଲେ ଯାତ୍ରୀ