ନୂଆଦିଲ୍ଲୀ,୧୭/୦୨; ଦୁନିଆକୁ ଜୀବନଟେ ଆସିବା ଆଗରୁ ସମୟ ଜଣାଥାଏ । ଡାକ୍ତର ଦେଇଥିବା ତାରିଖ ଅନୁସାରେ ଯଦିଓ ନିର୍ଦ୍ଧିଷ୍ଟ ସମୟରେ ଜୀବନଟିଏ ଦୁନିଆକୁ ଆସେନି ହେଲେ ପ୍ରାୟ ପାଖାପାଖି ସମୟରେ ଅନୁମାନ ସଠିକ ହୁଏ । ହେଲେ ମୃତ୍ୟୁ କେତେ କାହାକୁ କହିକି ଆସେ ନାହିଁ । ସେ ଅଚାନକ ଆସେ ଖୁସିରେ ନଜର ଲଗାଇଦିଏ । ସେମିତି ଜଣେ କୁନି ଝିଅ ୧୦ ମାସ ହେବ ଦୁନିଆକୁ ଆସିଥିଲା ଆଉ ଚାଲିଗଲା । ଜୀବନ କଣ ଜାଣିବାକୁ ଆଗରୁ କୁନି ଝିଅର ଜୀବନ ଦୀପ ଲିଭିଯାଇଛି । ସେ ସନା ଚାଲିଗଲା ହେଲେ ଯାହା ସେ କରିଯାଇଛି ସେଥିପାଇଁ ସେ ଅମର । ମହାନ୍ । ୧୦ ମାସର କୁନି ଝିଅ ସିନା ନାହିଁ ହେଲେ ସେ ୫ ନୂଆ ଜୀବନ ଦେଇଛି । ୧୦ ମାସର ଏଲିନ୍ ଶେରିନ ଆବ୍ରାହମ । କେରଳର ସେ ସର୍ବକନିଷ୍ଠ ଅଙ୍ଗଦାତା । ଆଉ ସେ ନାହାନ୍ତି । ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ସେ ଅଙ୍ଗଦାନ କରି ୫ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ।

ରିପୋର୍ଟ ଅନୁଯାୟୀ, କେରଳର ପଠାଣମଥିଟ୍ଟା ଜିଲ୍ଲାର ମଲ୍ଲାପାଲିର ବାସିନ୍ଦା ଏଲିନ୍ ଫେବୃଆରୀ ୫ ତାରିଖରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଅପରାହ୍ନ ସମୟରେ, ଝିଅଟି ତାଙ୍କ ମାଆ ଏବଂ ଜେଜେବାପାଙ୍କ ସହିତ କୋଟ୍ଟାୟମରୁ ତିରୁଭାଲ୍ଲା ଯାଉଥିବା ବେଳେ ଏମ୍.ସି. ରୋଡରେ ସାମ୍ନାରୁ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଝିଅଟି ଗୁରୁତର ଆହତ ହୋଇଥିଲା । ଝିଅଟିକୁ ଚାଙ୍ଗାନାସେରୀ ଏବଂ ଥିରୁଭାଲ୍ଲାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଫେବୃଆରୀ ୭ ତାରିଖରେ କୋଚିର ଅମୃତା ହସ୍ପିଟାଲକୁ ଅଣାଯାଇଥିଲା। ଫେବୃଆରୀ ୧୩ ତାରିଖରେ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିଲା। ପରିବାର ପରେ ଅଙ୍ଗଦାନ ପାଇଁ ସମ୍ମତି ପ୍ରକାଶ କରିଥିଲେ। କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ପିତାମାତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ । ତାଙ୍କ ସମବେଦନା ଜଣାଇଥିଲେ। K-SOTTOଙ୍କ ନେତୃତ୍ୱରେ ଏବଂ ଗୃହ ବିଭାଗର ସମର୍ଥନରେ ଅଙ୍ଗଦାନ ପ୍ରକ୍ରିୟା କରାଯାଇଥିଲା। ଝିଅଟିର ଯକୃତ, କିଡନୀ, କର୍ଣ୍ଣିଆ ଏବଂ ହୃଦୟ ନଳୀ ଦାନ କରାଯାଇଥିଲା । ଝିଅକୁ ହରାଇ ମା ବାହୁନି କାନ୍ଦୁଥିଲା । ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ହେଲେ ଏତେ ବଡ଼ ଦୁଃଖ, ଯନ୍ତ୍ରଣାରେ ଥାଇ ବି ପରିବାର ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଅନେକଙ୍କ ପାଇଁ ଉଦାହରଣ ହୋଇଛି । 

ଏହା ବି ପଢନ୍ତୁ...ଜାତିମୁକ୍ତ ହେଲା ଏହି ଗାଁ, ଏବେ ସ୍କୁଲରେ ନାମ ଲେଖାବେଳେ ରହିବନି ସାଙ୍ଗିଆ

#WATCH | Pathanamthitta, Kerala: Final rites of organ donor Aalin Sherin Abraham performed with full state honours. Young Aalin gave new life to five recipients after being declared brain-dead at the hospital. The Infant's liver, two kidneys, heart valve and corneas were donated. pic.twitter.com/gdfHscg56M