ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଜାଗର ପାଇଁ ବଜାର ଦର ଚଢ଼ା, ଫଳ ଫୁଲରେ ମୋଟା ଦର କଷୁଛନ୍ତି ବେପାରୀ

Published By : Rasmita Pradhan | February 26, 2025 8:38 AM

ଭୁବନେଶ୍ୱର,୨୬/୦୨ : ଜାଗର ପାଇଁ ବଜାରରେ ଚଢ଼ା ଦର। ଫଳ ଫୁଲରେ ମୋଟା ଦର କଷୁଛନ୍ତି ବେପାରୀ। ବଜାରରେ କେତକୀ ଫୁଲର ଦର ୨ଶହରୁ ନେଇ ୫ଶହ । କିଆଫଳ ଗୋଟା ୧୮୦୦ ଟଙ୍କା । ଦୁଦୁରା ଗୋଟା ୫ ଓ ଅରଖ ଫୁଲର ଦର ୧୦ ରହିଛି । ଅରଖ ମାଳ ୩୦ ଟଙ୍କା । ୨ ଦିନ ତଳେ ନଡ଼ିଆ ଗୋଟା ୨୫ରୁ ୩୦ ଟଙ୍କା ଥିଲା, ତାହା ଏବେ ୫୦ ଛୁଇଁଛି । ମଙ୍ଗଳବାର ଏଭଳି ଥିଲା ଜାଗର ବଜାର ଦର । ବୁଧବାର ଦର ଆହୁରି ବଢ଼ିଛି।

ବିଶେଷକରି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚାରିପାଖରେ କିଆ ଓ କେତକୀ ଫୁଲର ପସରା ଦେଖିବାକୁ ମିଳିଥିଲା । ଲୋକେ ଫୁଲ ସହ ଫଳ କିଣିବାକୁ ଭିଡ଼ ଲଗାଇଥିଲେ । ବ୍ରହ୍ମପୁରରୁ କେତକୀ ଫୁଲ ଓ ବାଲେଶ୍ୱରରୁ କିଆ ଫଳ ଆସୁଥିବା ବେପାରୀମାନେ କହିଥିଲେ । ଜାଗର ସମୟରେ ଏହାର ଦର ବୃଦ୍ଧି ପାଇଥାଏ ବୋଲି ନୟାଗଡ଼ରୁ ଆସିଥିବା ରୀନା ଦଳବେହେରା କହିଥିଲେ ।  

ଗତବର୍ଷ କେତକୀ ଫୁଲର ଦର ଗୋଟାପ୍ରତି ୧୦୦ରୁ ୧୨୦ ଥିଲା । ହେଲେ ଏଥରକ ଏହା ଦ୍ୱିଗୁଣ ହୋଇଯାଇଛି । ଛୋଟ ଦୀପର ଦାମ ୫୦ପଇସା ଥିବା ବେଳେ ବଡ଼ଦୀପର ଦାମ୍‌ ୪ଶହ ଟଙ୍କା । ଜାଗର ପାଇଁ ଫଳ ଦର ମଧ୍ୟ ସାମାନ୍ୟ ବଢ଼ିଛି । ସେଓ କିଲୋ ପ୍ରତି ୨୦୦ରୁ ୨୨୦, କମଳା ୨୦୦ରୁ ୩୦୦, କଦଳୀ କିଲୋ ପ୍ରତି ୧୦୦ ଟଙ୍କା ଥିଲା ।


ଏହି ଖବରଟିକୁ ପଢନ୍ତୁ-ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.