ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

୧୮ ମାସ ପରେ କେତୁ ଚଳନ: ବଦଳିବ ଏହି ୬ ରାଶିଙ୍କ ଭାଗ୍ୟ...

Published By : Harapriya Sethi | May 14, 2025 6:57 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ୧୮ ତାରିଖ ସନ୍ଧ୍ୟାରେ କେତୁ ସିଂହ ରାଶିରେ ପ୍ରବେଶ କରିବେ । କେତୁ ସିଂହ ରାଶିରେ ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ରାହୁ-କେତୁ ଉଭୟ ୧୮ ମାସ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ବର୍ତ୍ତମାନ କେତୁ ବୁଧଙ୍କ ରାଶି କନ୍ୟା ରାଶିରେ ବିରାଜମାନ ରହିଛନ୍ତି । ରାହୁ ଓ କେତୁ ଉଭୟ ଓଲଟା ଚଳନ କରିଥାନ୍ତି । ତେବେ କେଉଁ ରାଶିଙ୍କ ଭାଗ୍ୟ ଚମକିବ ଆସନ୍ତୁ ଜାଣିବା । 

ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ କେତୁ ଚଳନ ଘର, ସମ୍ପତ୍ତି ଓ ପାରିବାରିକ ଜୀବନର ଅନେକ କ୍ଷେତ୍ରରେ ସକରାତ୍ମକ ପରିବର୍ତ୍ତନ ହେବ। ଘର, ଜମି କିମ୍ବା ଭୂମି କିଣିବାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । 

ଅଧିକ ଶୁଭଫଳ ପାଇଁ ମାଆ-ବାପାଙ୍କ ସେବା ସହ ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ ।

ମିଥୁନ- ସମ୍ପର୍କରେ ମଧୁରତା ରହିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଯାତ୍ରାର ଯୋଗ ରହିଛି । 

ଅଧିକ ଶୁଭଫଳ ପାଇଁ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ।

ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ । ଧନ ରୋଜଗାରର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ପଦନ୍ନୋତିର ଯୋଗ ରହିଛି ।
ଅଧିକ ଶୁଭଫଳ ପାଇଁ ପ୍ରତିଦିନ ସୂର୍ଯ୍ୟକୁ ଜଳ ଅର୍ପଣ କରିବା ସହ ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରନ୍ତୁ ।

ବିଛା- ଅନେକ କ୍ଷେତ୍ରରେ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସ୍ଥିରତା ରହିବ । ଅଧିକ ଶୁଭଫଳ ପାଇଁ ଶିବଶଙ୍କରଙ୍କ ପୂଜା କରନ୍ତୁ ।
ଅଧିକ ଶୁଭଫଳ ପାଇଁ କୁକୁରକୁ ଖାଇବାକୁ ଦିଅନ୍ତୁ ।

ଧନୁ- ଭାଗ୍ୟର ସାଥ୍‌ ମିଳିବ । ଅନେକ କ୍ଷେତ୍ରରେ ସକରାତ୍ମକ ଫଳ ସହ ସଫଳତା ମିଳିବ । ନୂଆ କାମ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ପରିଶ୍ରମ କରି ସଫଳତା ପାଇବେ ।
ଅଧିକ ଶୁଭଫଳ ପାଇଁ ଗୁରୁଜନଙ୍କୁ ସମ୍ମାନ କରିବା ସହ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ ।

ମୀନ- ନୂଆ ଦାୟିତ୍ୱ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା କାମ ପୂରଣ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଚାକିରିରେ ନୂଆ ସୁଯୋଗ ମିଳିବ ।
ଅଧିକ ଶୁଭଫଳ ପାଇଁ ଧଳା ଚନ୍ଦନର ତିଳକ ଲଗାନ୍ତୁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.