ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଶିଶୁ ବାଟିକାର ଶୁଭାରମ୍ଭ

Published By : Harapriya Sethi | April 2, 2025 1:02 PM

ପୁରୀ, ୦୨/୦୪: ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବୁଧବାର ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି । ସଭିଏଁ ସ୍କୁଲ ଯିବାର ଅଭିପ୍ରାୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ସମସ୍ତ ବିଦ୍ୟାଳୟରେ ବୁଧବାର ପୂର୍ବାହ୍ନରେ ଆରମ୍ଭ ହୋଇଥିଲା । ବିଶ୍ୱମ୍ଭର ବିଦ୍ୟାପୀଠ ଠାରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ନୂଆ କରି ନାମ ଲେଖାଇବାକୁ ଥିବା ଶିଶୁ ମାନଙ୍କୁ ସ୍ୱାଗତ କରିଥିଲେ। ସୁନ୍ଦର ଭାବେ ସଜ୍ଜିତ ପରିବେଶ ସହ ପୂଜାର୍ଚନା ଓ ପୁଷ୍ପ ପ୍ରଦାନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ପରେ ଖଡିଛୁଆଁ ଅନୁଷ୍ଠିତ ହୋଇଥିଲା। ପିଲାମାନେ ସିଲଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଉଚ୍ଚାରଣ କରି ମୁଣ୍ଡଳା ବୁଲାଇ ଶିକ୍ଷାର ଶୁଭାରମ୍ଭ କରିଥିଲେ। ପିଲାଙ୍କ ଉତ୍ସାହ ପାଇଁ ସ୍ୱାଗତ ସଂଗୀତ, ବେଲୁନ ବ୍ୟବସ୍ଥା ସହ ଏକ ଶିକ୍ଷଣୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। 

ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ଶୁଭଶ୍ରୀ ଦାଶ, ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ, ପାର୍ବତୀ ଦାସ, ରଶ୍ମି ରେଖା ମଲ୍ଲିକ, ସୁଷମା ସିଂ ସାମନ୍ତ, ବିଶ୍ୱଜିତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ସେହିପରି ପୁରୀ ଜିଲ୍ଲା ସ୍କୁଲରେ ଶ୍ରୀ ସେଠୀ ପହଞ୍ଚି ଶିଶୁ ମାନଙ୍କୁ ସ୍ୱାଗତ କରିଥିଲେ। ସଂକୀର୍ତ୍ତନ, ନୃତ୍ୟ ଓ ସଂଗୀତରେ ପିଲା ମାନଙ୍କୁ ସ୍ୱାଗତ ସହ ଖଡିଛୁଆଁ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ରାୟ, ଆଲୁମିନି ସମ୍ପାଦକ ରବିନ୍ଦ୍ର କୁମାର ସାହୁ, ଶିକ୍ଷକ ଅରୁଣ ଭଟ୍ଟାଚାର୍ଯ୍ୟ, ବିଦ୍ୟାଧର ମିଶ୍ର,ବିଶ୍ୱଜିତ ବାନାର୍ଜୀ, ସୁଦର୍ଶନ ସାମଲ, ଅମୂଲ୍ୟ ମହାପାତ୍ର, ଅନାମ ଜ୍ୟୋତି ମୁଦୁଲି, ସମ୍ବିତ ବେହେରା, ଉତ୍ତମ ପ୍ରଧାନ, ବିଦ୍ୟାଧର ଜେନା, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.