ଭୁବନେଶ୍ୱର,୦୨/୦୨: ବିଶ୍ୱସନାତନ ବୈଦିକ ଧର୍ମପରିଷଦର ଆବାହକତ୍ୱ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଭୁବନେଶ୍ୱର ମହାନଗର ନିଗମ ସହଯୋଗ ମିଳିତ ଆନୁକୂଲ୍ୟରେ ୮ଦିନ ବ୍ୟାପୀ ଖଣ୍ଡଗିରିଠାରେ ଚାଲୁଥିବା ଖଣ୍ଡଗିରି ମାଘମେଳା ରବିବାର ଅଗ୍ନି ଉତ୍ସବ ପାଳନ ସହ ଉଦ୍‌ଯାପିତ ହୋଇଯାଇଛି ।

ରବିବାର ସକାଳୁ ସକାଳୁ ରାଉରକେଲା ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମର ବ୍ରହ୍ମଚାରୀ ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ ବ୍ରହ୍ମଚାରିଣୀ ପିଲାମାନଙ୍କ ଦ୍ୱାରା ବେଦପାଠ, ଚର୍ତୁବେଦ ପାରାୟଣ ସହିତ ଯଦୁର୍ବେଦ ମନ୍ତ୍ର ଅନୁଯାୟୀ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ଯଜ୍ଞରେ ବ୍ରହ୍ମା ସ୍ୱାମୀ ଆତ୍ମାନନ୍ଦ ସରସ୍ୱତୀ ଆସନ ଗ୍ରହଣ କରିଥିଲେ । ସୁନୀଲ୍ ଦେ ସଂଯୋଜନା କରିଥିବା ବେଳେ ବ୍ରହ୍ମଚାରୀ ବିଶେଷ ଚୈତନ୍ୟ ବାବା ଆଲୋକ ଦାସ, ବାବା ଚନ୍ଦନ ଦାସ, ବାବୁଲି ବାବା, ଭାସ୍କର ବାବା, ଶ୍ରୀକୃଷ୍ଣ ମହାରାଜ, ଅଭି ବାବା, ବାବା ନବ ଦାସ, ଚିତ୍ତରଂଜନ ଦାସ, କଲ୍ୟାଣୀ ବାବା, ଭକ୍ତଚରଣ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷଦିନରେ ଅତିଥିଭାବରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଅଶୋକ ପଣ୍ଡା, କର୍ପୋରେଟର ରାମଚନ୍ଦ୍ର ରଣସିଂହ, ସମାଜସେବୀ ହିମାଂଶୁ ଶେଖର ଛୋଟରାୟ ପ୍ରମୁଖ ଯୋଗଦେଇଥିଲେ । ସଂଧ୍ୟାରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଅପରପକ୍ଷେ, ଯଜ୍ଞ ସ୍ଥଳରେ ଅଗ୍ନି ଉତ୍ସବ ପାଳିତ ହୋଇଥିଲା । ସାଧୁମାନଙ୍କ ମୁଖ ନିଃଶୃତ ଓଁ ଅଗ୍ନି ଦେବାୟ ନମଃ ଧ୍ୱନିରେ କମ୍ପିଥିଲା ଖଣ୍ଡଗିରି ପରିବେଶ । ମେଳାର ପ୍ରମୁଖ ଆକର୍ଷଣ ଭାବେ କୁହାଯାଇଥିବା ଖଣ୍ଡଖିରି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବଣ୍ଟାଯାଇଥିଲା ।

ସେହିପରି ଶେଷଦିନରେ ପ୍ରାମାଣିକ ଚଳଚିତ୍ର ରାମରାଜ୍ୟର ବାର୍ତ୍ତା ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଥିଲା । ଆମ ପରିବାର ଓ ରାଜଧାନୀ ସଂଗ୍ରାମୀ ସେବାସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାଗାବାବା ଶିବାନନ୍ଦ ଗିରି ମହାରାଜ ପକ୍ଷୀ ଉଡାଇ ଅଭିଯାନର ଶୁଭାରମ୍ଭ କରିଥିଲେ । ନିର୍ଦ୍ଦେଶକ ଚନ୍ଦ୍ରଭାନୁ କର, ସମାଜସେବୀ ପ୍ରତାପ ସାହୁ, ମହାକାଳ ସେବକ ମାନସ ସାହୁ, ଚଗଲା ବାବା, ମାନି ପଣ୍ଡା, ଚିତ୍ତରଂଜନ ଦାଶ, ସଦାବାବା, ରୋହିତ କୁମାର ନାୟକ, ସହଦେବ ମହାରଣା, ସତ୍ୟବ୍ରତ ଜେନା ଓ ବହୁ ସାଧୁସନ୍ଥ ଉପସ୍ଥିତ ଥିଲେ । ସମାଜସେବୀ ମହାସଂଘ ସଭାପତି