ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଳିଆ ଗଦାରେ ପୁଲିସ୍‌ ସହାୟତା କେନ୍ଦ୍ର, ଖେଲାର ବଜାରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ହୋଇଥିଲା ସ୍ଥାପନ

Published By : Prameya | November 4, 2024 2:36 PM

ନିମାପଡ଼ା,୦୪/୧୧: ନିମାପଡ଼ା ଖେଲାର ଅଞ୍ଚଳରେ ଅପରାଧିକ କାର୍ଯ୍ୟ ବୃଦ୍ଧି ଫଳରେ ପୂର୍ବତନ ଥାନାଧିକାରୀଙ୍କ ଉଦ୍ୟମରେ ଏକ  ପୁଲିସ୍‌ ସହାୟତା କେନ୍ଦ୍ର ସ୍ଥାପନ ହୋଇଥିଲା । ଏହା ବର୍ଷେ ହେବ ଅଳିଆ ଗଦାରେ ପଡ଼ିଛି । ଏଠାରେ ଜଣେ ଏଏସ୍‌ଆଇଙ୍କୁ ନିଯୁକ୍ତି  ଦିଆଯାଇଥିଲା। ଏହା ଆଇନଶୃଙ୍ଖଳା ରକ୍ଷା ଦିଗରେ ସହାୟକ ହେଉଥିଲା । ଏବେ  ଅଳିଆ ଗଦାରେ ପଡ଼ିଥିବା ପୁଲିସ ସହାୟତା କେନ୍ଦ୍ର ଉପରେ ବିଭିନ୍ନ ପ୍ରକାର ଅନାବନା ଗଛ  ଉଠିଗଲାଣି । ଭାଙ୍ଗିରୁଜି ଗଲାଣି ।

ସୂଚନା ଅନୁଯାୟୀ, ଖେଲାର ବଜାରରେ ଦୁଇଶହରୁ ଊଦ୍ଧ୍ୱର୍ ବ୍ୟବସାୟୀ ରହିଥିବା ବେଳେ  ଏହା ନିମାପଡ଼ା ଅଞ୍ଚଳର ଏକ ପ୍ରମୁଖ ବଜାର । ନିମାପଡ଼ାରୁ ପିପିଲିକୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ଖେଲାର ବଜାର ଦେଇଯାଇଛି । ପ୍ରତିଦିନ ହଜାର ହଜାର ସଂଖ୍ୟକ ଗାଡ଼ି ଚଳାଚଳ କରୁଛି । ଖେଲାର ବଜାର ନିକଟରେ କଲେଜ,  ସ୍କୁଲ, ହାଟ, ପେଟ୍ରୋଲ ପମ୍ପ୍‌ଠାରୁ ଆରମ୍ଭ କରି  ବିଭିନ୍ନ କାର୍ଯ୍ୟାଳୟ ରହିଛି । ଏହାକୁ ଦୃଷ୍ଟିରେ  ରଖି ନିମାପଡ଼ା ଥାନାର ପୂର୍ବତନ ଥାନାଧିକାରୀ  ସେଠାରେ ଏକ ପୁଲିସ ସହାୟତା କେନ୍ଦ୍ର  ସ୍ଥାପନ କରିଥିଲେ । ଜଣେ ଠିକାଦାର ଏହାକୁ  ସେଠାରୁ ଉଠାଇ ଏକ ପରିତ୍ୟକ୍ତ ସ୍ଥାନରେ  ଫୋପାଡ଼ି ଦେଇଛନ୍ତି । କାହା ଆଦେଶରେ  ସେଠାରୁ ପୁଲିସ ସହାୟତା କେନ୍ଦ୍ର ହଟାଯାଇଛି,  ଠିକାଦାର ବିରୋଧରେ କ'ଣ ପାଇଁ ଆଇନଗତ  କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଲୋକଙ୍କ  ମନରେ ପ୍ରଶ୍ନ ଉଠିଛି । ଏଠାରେ ପୁନର୍ବାର  ସହାୟତା କେନ୍ଦ୍ର ସ୍ଥାପନ କରି କର୍ମଚାରୀ ନିଯୁକ୍ତି  ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏ ଦିଗରେ  ଏସ୍‌ପି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.