ନୂଆଦିଲ୍ଲୀ, ୦୪/୧୨: ଆସନ୍ତା  ୧୩ ତାରିଖରୁ ଦିଲ୍ଲୀରେ ଆରମ୍ଭ  ହେବାକୁ ଯାଉଛି ଖୋ ଖୋ ବିଶ୍ୱକପ୍‌ ।  ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ୨୧  ଏବଂ ମହିଳାରେ ୨୦ଟି ଦଳ ଭାଗ  ନେବେ । ଶୁକ୍ରବାର  ବିଶ୍ୱକପ୍‌ର ଟ୍ରଫି  ଏବଂ ମାସ୍କଟ୍‌ ଉନ୍ମୋଚିତ ହୋଇଛି ।  ଟୁର୍ଣ୍ଣାମେଣ୍ଟରେ ଦୁଇଟି ମାସ୍କଟ  ରହିଛି । ଯାହାର ନାମ ରଖାଯାଇଛି  ତେଜସ ଓ ତାରା । ସେମିତି ବିଶ୍ୱକପ୍‌ରେ  ଦୁଇଟି ଟ୍ରଫି ପୁରୁଷଙ୍କ ପାଇଁ ନୀଳରଙ୍ଗ ଏବଂ ମହିଳାଙ୍କ ପାଇଁ ସବୁଜ ରଙ୍ଗ ।  ଟୁର୍ଣ୍ଣାମେଣ୍ଟକୁ ଆକର୍ଷଣୀୟ  କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା  କରାଯାଇଛି । ଇନ୍ଦିରା ଗାନ୍ଧୀ ଇନ୍‌ଡୋର  ଷ୍ଟାଡିୟମରେ ବିଶ୍ୱକପ୍‌ ଆୟୋଜିତ  ହେବ । ଏହା ୧୩ରୁ ଆରମ୍ଭ ହୋଇ  ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।  ପ୍ରଥମ ଥର ଖୋ ଖୋରେ ବିଶ୍ୱକପ୍‌  ଆୟୋଜିତ ହେଉଛି । ଡିଜନୀ  ହଟ୍‌ଷ୍ଟାର ଏବଂ ଡିଡି ସ୍ପୋର୍ଟ୍ସରେ  ଟୁର୍ଣ୍ଣାମେଣ୍ଟର ସିଧାପ୍ରସାରଣ ହେବ