ରାଉରକେଲା,୦୨/୦୮: ଲକ୍ଷ୍ୟ ଥିଲା ବିଦ୍ୟାଳୟ ପରିସରରେ ପନିପରିବା ଚାଷ କରିବା ଏବଂ ସେଥିରୁ ଉତ୍ପାଦ ପରିବାରୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରିବା । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃଷି ବିଜ୍ଞାନ ପ୍ରତି ଜ୍ଞାନ ବଢ଼ିବ ଓ ପ୍ରୋଟିନୁଯକ୍ତ ମଧ୍ୟାହ୍ନଭୋଜନ ମଧ୍ୟ ମିଳିବ । ଏହି ଲକ୍ଷ୍ୟକୁ ସାଧନ କରିବା ପାଇଁ ସରକାର ‘କିଚେନ ଗାର୍ଡେନ’ ନାମକ ଯୋଜନା ଆରମ୍ଭ କରିଥିଲେ । ହେଲେ ଏହି ଯୋଜନା ସୁନ୍ଦରଗଡ଼ ଜିଲ୍ଲାରେ କାମ କରୁ ନ ଥିବା ପରିଲକ୍ଷିତ ହୋଇଛି । ବ୍ଲକ ଅଞ୍ଚଳରେ ଥିବା ଅଧିକାଂଶ ସରକାରୀ ବିଦ୍ୟାଳୟ ହତାରେ ଥିବା କିଚେନ ଗାର୍ଡେନ ଏକପ୍ରକାର ଉଭାନ ହୋଇଯାଇଛି । କେବଳ ଫୁଲ ଗଛ ଲାଗିଥିବା ବେଳେ ନା ପରିବା ଚାଷ ହେଉଛି ନା ପିଲାମାନେ କୃଷି ଜ୍ଞାନ ପାଇପାରୁଛନ୍ତି । ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ କିଚେନ ଗାର୍ଡେନ ଯୋଜନା ପ୍ରହସନ ପାଲଟିଛି ।
ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନର ମାନ ବଢ଼ାଇବା ପାଇଁ କିଚେନ ଗାର୍ଡେନ କନସେପ୍ଟ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ରାଜ୍ୟରେ ୪୩ ହଜାର ବିଦ୍ୟାଳୟରେ ଯୋଜନା ପ୍ରସ୍ତୁତ କରାଯାଇଥିଲା ବେଳେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ୧୮୯୨ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଜିଲ୍ଲା ଏହି ସମସ୍ତ ବିଦ୍ୟାଳୟକୁ ୫ ହଜାର ଲେଖାଏଁ ସହାୟତ ରାଶି ପ୍ରଦାନ କରାଯାଇଥିଲା । ୨୦୨୦ ସେପ୍ଟେମ୍ବରରେ ବିଭାଗ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ମିଶି ଗଛ ଲଗାଇବାର ନିର୍ଦ୍ଦେଶ ଥିଲା । ସେହି ସମୟରେ ମୌସୁମୀବାୟୁ ସକ୍ରିୟ ଥିବାରୁ ଲେମ୍ବୁ, ସଜନା, ଅମୃତଭଣ୍ଡା ଓ ପଣସ ଗଛ ଭଳି ଗଇ ଲଗାଇବା ପାଇଁ ବିଭାଗ ପକ୍ଷରୁ କୁହାଯାଇଥିଲା । ଭିତ୍ତିଭୂମି ରହିଥିବା ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସରକାରୀ ବିଭାଗ ସହାୟତାରେ ଦୀର୍ଘମିଆଦୀ ଫଳ ଚାଷ କରି ପିଲାଙ୍କ ଖାଦ୍ୟରେ ସାମିଲ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ବିଭାଗ ସହ ବ୍ଲକ ଶିକ୍ଷା ବିଭାଗ ବିଭିନ୍ନ ଅଧିକାରୀ ମାନେ ତଦାରଖ କରିବାର ଦାୟିତ୍ୱ ମଧ୍ୟ ନ୍ୟସ୍ତ କରଯାଇଥିଲା । କିଚେନ ଗାର୍ଡ଼େନ ପାଇଁ ଆବଶ୍ୟକ ମଞ୍ଜି, ଚାରା, ଖତ ସାର କୃଷି ଏବଂ ଉଦ୍ୟାନ ବିଭାଗ, ଜଳଯୋଗାଣ ଲାଗି ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା ।
ହେଲେ ଜିଲ୍ଲାରେ କିଚେନ ଗାର୍ଡେନ ମାସେ ଚାଲିଛି କି ନାହିଁ ମାଡି ଆସିଲା କୋଭିଡ୍ ମହାମାରୀ । ବିଦ୍ୟାଳୟ, ମହାବିଦ୍ୟାଳୟ ବନ୍ଦ ହେବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇଯାଇଥିଲା । ବିଦ୍ୟାଳୟ ଦୁଇବର୍ଷ ବନ୍ଦ ହେବା ସହିତ ପିଲାମାନଙ୍କୁ ରନ୍ଧା ଖାଦ୍ୟ ବଦଳରେ ଚାଉଳ ଏବଂ ଟଙ୍କା ଦିଆଯାଉଥିଲା । କିନ୍ତୁ କରୋନା ଯିବା ପରଠୁ ଆଉ ଠିକ୍ ଭାବେ କିଚେନ ଗାର୍ଡେନ ଚାଲିନାହିଁ । କେବଳ କିଛି ଫୁଲ ଗଛ ଲାଗିଥିବା ବେଳେ କାଁ ଭାଁ କେତୋଟି ବିଦ୍ୟାଳୟରେ ଗୋଟିଏ ଦୁଇଟି ଚାଷ ହୁଏ । ପ୍ରାୟ ବିଦ୍ୟାଳୟରେ କିଚେନ ଗାର୍ଡେନ ଆଉ ନାହିଁ । ଫଳରେ ଜିଲ୍ଲାରେ ୯୪ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବିନିମୟରେ କରାଯାଇଥିବା କିଚେନ ଗାର୍ଡେନ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି ।
ତେବେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଜିଲ୍ଲାର ଅନେକ ବିଦ୍ୟାଳୟରେ କିଚେନ ଗାର୍ଡେନ ନାମରେ ଅର୍ଥ ଦିଆଯିବା ନେଇ ସାଧାରଣରେ ଅଭିଯାଗ ହେଉଛି । ଏ ନେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସାରଙ୍ଗଧର ବରିହାଙ୍କୁ ପଚାରିବାରୁ ସେ କହିଲେ ବିଦ୍ୟାଳୟଗୁଡ଼ିକରେ ଦୀର୍ଘ ମିଆଦିରେ କଦଳୀ, ସଜନା, ଅମୃତଭଣ୍ଡା ଓ ପଣସ ଗଛ ଲଗାଯାଇଛି । ଆଗାମୀ ଦିନରେ ଆହୁରି ବ୍ୟାପକ ଲାଗି ପ୍ରୋତ୍ସାହନ କରାଯିବ । ଅପରପକ୍ଷେ ଏହି ଯୋଜନା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସରକାରୀ ଟଙ୍କାର ସୁବିନିଯୋଗ ହେଉଛି ନା ନାହିଁ ଉପରିସ୍ଥ ଅଧିକାରୀ ତଦାରଖ କରିବା ନେଇ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହେଉଛ