ସମ୍ୱଲପୁର,୨୧/୦୯: ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ଜଣେ ବ୍ୟକ୍ତିଙ୍କୁ ଅପହରଣ ଉଦ୍ୟମ । ମାରଣାସ୍ତ୍ର ଧରି ବ୍ୟକ୍ତିଙ୍କୁ ଅପହରଣ ଉଦ୍ୟମ କଲେ ୫ ଜଣ ଶିଖ୍ ଯୁବକ । ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରି ଘୋଷାଡ଼ି ଘୋଷାଡ଼ି ନେଇ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ୍ । ଏସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଶନିବାର ସନ୍ଧ୍ୟା ସମୟରେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ମନୋଜ ବହିଦାର ଅଇଁଠାପାଲି ସ୍ଥିତ ନିଜ କାର୍ଯ୍ୟାଳୟରେ ବସିଥିଲେ । ଏତିକି ବେଳେ ପ୍ରାୟ ୫ ଜଣ ଶିଖ୍ ଯୁବକ ମାରଣାସ୍ତ୍ର ଧରି ଅଚାନକ ତାଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l କାର୍ଯ୍ୟାଳୟରେ ଥିବା ୨ ଜଣ ମହିଳା କର୍ମଚାରୀ ମନୋଜଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ l କିନ୍ତୁ ଯୁବକମାନେ କାହାରି କଥା ନଶୁଣି ମନୋଜକୁ ପ୍ରବଳ ମାଡ଼ ମାରିବା ସହ କାର୍ଯ୍ୟାଳୟରୁ ଘୋଷାଡି ଘୋଷାଡି ନେଇ ଯାଉଥିବା ଦୃଶ୍ୟ ସିସିଟିଭି ଜଣାପଡୁଛି l ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।